www.samajalive.in
Monday, December 8, 2025
13.1 C
Bhubaneswar

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଗ୍ରହ ରାଶି ପରିବର୍ତ୍ତନ କରି ଥାଆନ୍ତି । ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ସୂର୍ଯ୍ୟ-କେତୁ ଦୀର୍ଘ ୧୮ ବର୍ଷ ପରେ କନ୍ୟା ରାଶିରେ ଏକାଠି ହେବାକୁ ଯାଉଛନ୍ତି। ସୂର୍ଯ୍ୟ-କେତୁ ୧୬ ସେପ୍ଟେମ୍ବରରେ କନ୍ୟା ରାଶିରେ ଏକାଠି ହେବେ। ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ।
ସୂର୍ଯ୍ୟଙ୍କୁ ସାହସ, ଆତ୍ମବିଶ୍ୱାସ ଓ ଶକ୍ତିର କାରକ ବୋଲି କୁହାଯାଏ । ସେହିପରି କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମ୍ୟର କାରକ ବୋଲି କୁହାଯାଏ ।

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନୂତନ ଚାକିରିର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ ।

- Advertisement -

ସିଂହ ରାଶି- ସୂର୍ଯ୍ୟ ଓ କେତୁ ଏକାଠି ହେବା ଦ୍ୱାରା ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଘରେ ସୁଖସମୃଦ୍ଧି ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କରଜରୁ ମୁକ୍ତି ମିଳିବ। ଚାକିରିରେ ଉନ୍ନତି ହେବ।

ବାସ୍‌ ଏହି ସରଳ ଉପାୟରେ ମିଳିବ ରାହୁ-କେତୁଙ୍କ ଶୁଭଫଳ : ହେବନି ସ୍ୱାସ୍ଥ୍ୟ,ଧନ ସମସ୍ୟା..

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଏହି ଯୋଗ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ହଠାତ୍‌ ଧନ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭବାନ୍‌ ହେବେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ।

ଧନୁ – ଏହି ରାଶିଙ୍କୁ ମଧ୍ୟ ଅତ୍ୟନ୍ତ ଶୁଭଫଳ ମିଳିବ । ଉନ୍ନତି ପାଇଁ ନୂତନ ମାର୍ଗ ଖୋଲିବ । ଚାକିରିରେ ଲାଭ,ବ୍ୟବସାୟରେ ଲାଭ ସହ ଧନର ନୂଆ ସ୍ରୋତ ସାମ୍ନାକୁ ଆସିବ । ମାନ-ସମ୍ମାନ ବୃଦ୍ଧି ହେବ।

 

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories