www.samajalive.in
Friday, December 5, 2025
20.1 C
Bhubaneswar

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ବାଧକ ସାଜିପାରେ ବର୍ଷା

କଲମ୍ବୋ: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛିନେଇଛି। ଏବେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳାଯିବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଭାରତ ଟି୨୦ ବିଶ୍ବ ଚମ୍ପିଆନ୍‌ ହେବା ପରେ ବିଦେଶରୁ ଛୁଟି କାଟି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହିଲ ଶ୍ରୀଲଙ୍କାରେ ଦଳ ସହ ଯୋଗ ଦେଇଛନ୍ତି। ଭାରତର ପ୍ରଥମ ପସନ୍ଦର ଦିନିକିଆ ଦଳରୁ ଯଶପ୍ରୀତ ବୁମ୍‌ରା, ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ନାହାନ୍ତି। ତଥାପି ଏହି ଶୃଙ୍ଖଳାରେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଲାଗୁଛି। ପ୍ରଥମଥର ପାଇଁ ଗମ୍ଭୀର-ରୋହିତ ଯୋଡ଼ି ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଏହି ଶୃଙ୍ଖଳା ପୋଛିବାକୁ ମଧ୍ୟ ପ୍ରୟାସ କରିବେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳର ୪ ଜଣ ପ୍ରମୁଖ ପେସର୍‌ ଆହତ ହୋଇ ବାଦ୍‌ ପଡ଼ିଥିବାରୁ ଘରୋଇ ଦଳ ଚିନ୍ତାରେ ରହିଛି।

ଅଦ୍ୟାବଧି ଉଭୟ ଦଳଙ୍କ ଦିନିକିଆ କ୍ରିକେଟ୍‌ ଇତିହାସକୁ ଦେଖିଲେ ଭାରତର ପ୍ରାଧାନ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଭାରତ ୯୯ଟି ଜିତିଥିବା ବେଳେ ଶ୍ରୀଲଙ୍କା ୫୭ଟି ଜିତିଛି। ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ଧିମା ବୋଲରଙ୍କୁ ସୁହାଇବ। ତେଣୁ ଭାରତ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ଇନିଂସ ଓପନ୍‌ କରିବେ। ବିରାଟ କୋହଲି ଓ ଶ୍ରେୟାସ ଆୟର ମଧ୍ୟକ୍ରମ​‌େ​‌ର ଖେଳିବେ। ୱିକେଟ ରକ୍ଷକ ଭାବେ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ପୁଣି ଶିବମ୍ ଦୁବେ ଓ ରିୟାନ୍‌ ପରାଗଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବେ। ପେସ୍ ବୋଲର ଭାବେ ମହମ୍ମଦ ସିରାଜ୍ ଓ ଅର୍ଶଦୀପ ସିଂହ ଖେଳିବା ନିଶ୍ଚିତ। ୩ୟ ପେସ୍‌ ବୋଲର ଭାବେ ଖଲିଲ ଅହମ୍ମଦ କିମ୍ବା ହର୍ଷିତ ରାଣା ଖେଳିବେ। ଟ୍ବେଣ୍ଟି୨୦ ଶୃଙ୍ଖଳାରେ ବ୍ୟାଟିଂ ଶ୍ରୀଲଙ୍କା ପାଇଁ ମୁଣ୍ଡବିନ୍ଧା ପାଲଟିଥିଲା। ଏହାର ଉପର ଅର୍ଡର ଚମତ୍କାର ବ୍ୟାଟିଂ କରିଥିଲେ ହେଁ ମଧ୍ୟକ୍ରମ ବିଫଳ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ୩୦ ରନ୍‌​‌େ​‌ର ଶେଷ ୯ଟି ୱିକେଟ୍‌ ହରାଇଥିଲା। ୨ୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୩୧ ରନ୍‌ରେ ଶେଷ ୮ଟି ୱିକେଟ୍‌ ହରାଇଥିଲା। ଦୁଇ ଓପ୍‌ନର ପାଥୁମ୍ ନିଶଙ୍କା ଓ କୁଶଳ ମେଣ୍ଡିସ୍ ଚମତ୍କାର ଫର୍ମରେ ଅଛନ୍ତି। ନିଶଙ୍କା ଗତ ୬ଟି ଦିନିକିଆରୁ ମୋଟ ୪୯୭ ରନ୍‌ କରିଛନ୍ତି। ତେବେ ଅଧିନାୟକ ଚରିତ ଆସାଲଙ୍କା, କାମିନ୍ଦୁ ମେଣ୍ଡିସ୍‌ ଓ ସାଦିରା ସମରବିକ୍ରମାଙ୍କୁ ବଡ଼ ରନ୍‌ କରିବାକୁ ପଡ଼ିବ। ଶ୍ରୀଲଙ୍କାର ୨ ସ୍ପିନର ୱାନିନ୍ଦୁ ହସରଙ୍ଗା ଓ ମାହିଶ୍‌ ତୀକ୍ଷଣ ଖେଳିବା ନିଶ୍ଚିତ। ଅଲ୍‌ରାଉଣ୍ଡର ଭାବେ ଦୁନିଥ୍ ୱେଲାଲାଗେ ଓ ଚାମିକା କରୁଣାରତ୍ନେଙ୍କ ମଧ୍ୟର ଜଣେ ଖେଳିବେ। ଦୁଇ ପେସ୍ ବୋଲର ଦିଲ୍‌ସାନ ମଦୁଶଙ୍କା ଓ ମାଥିଶା ପାଥିରାନା ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ପେସ୍‌ ବୋଲର ଭାବେ ଆସିଥା ଫର୍ଣ୍ଣାଣ୍ଡୋଙ୍କ ସହ ଦୁଇ ନବାଗତ ମହମ୍ମଦ ସିରାଜ୍ ଓ ଏଶାନ୍ ମାଲିଙ୍ଗାଙ୍କ ମଧ୍ୟରୁ ଜଣେ ଖେଳିବେ।

- Advertisement -

ସେପଟେ ଶ୍ରୀଲଙ୍କାର ଦୁଇ ପ୍ରମୁଖ ପେସ୍ ବୋଲର ଦିଲ୍‌ସାନ ମଦୁଶଙ୍କା ଓ ମାଥିଶା ପାଥିରାନା ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଭାରତ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଉଭୟ ମଦୁଶଙ୍କା ଓ ପାଥିରାନା ଖେଳିଥିଲେ। ୩ୟ ​‌େ​‌ଟ୍ବଣ୍ଟି୨୦ ମ୍ୟାଚ୍‌ରେ କ୍ୟାଚ୍‌ ଧରିବାକୁ ଡାଇଭ୍‌ ମାରିବାରୁ ପାଥିରାନାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଫିଲ୍‌ଡିଂ ଅଭ୍ୟାସ କରିବା ବେ​‌େ​‌ଳ ମଦୁଶଙ୍କାଙ୍କ ହାମ୍‌ଷ୍ଟ୍ରିଙ୍ଗ୍‌ ଟାଣି ହୋଇ ଯାଇଥିଲା। ଉଭୟ ପେସ୍‌ ବୋଲରଙ୍କ ସ୍ଥାନରେ ଅନ୍ୟ ଦୁଇ ପେସ୍‌ ବୋଲର ମହମ୍ମଦ ସିରାଜ୍ ଓ ଏଶାନ୍ ମାଲିଙ୍ଗାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସିରାଜ୍ ଓ ମାଲିଙ୍ଗା ଅଦ୍ୟାବଧି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ଏଦୁହିଁଙ୍କ ସହ ଶ୍ରୀଲଙ୍କା ଦିନିକିଆ ଦଳରେ କୁଶଳ ଜାନିଥ୍, ପ୍ରମୋଦ ମଦୁଶାନ୍ ଓ ଜେଫ୍‌ରି ଭାନ୍ଦର୍‌ସେଙ୍କୁ ଅତିରିକ୍ତି ଖେଳାଳି ଭାବେ ସାମିଲ କରାଯାଇଛି। ତେବେ ଏହା ସତ ଯେ ମଦୁଶଙ୍କା ଓ ପାଥିରାନାଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କାର ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଇଛି। ଟ୍ବେଣ୍ଟି୨୦ ଶୃଙ୍ଖଳା ପୂର୍ବରୁ ଶ୍ରୀଲଙ୍କାର ଦୁଇ ପ୍ରମୁଖ ପେସ୍ ବୋଲର ଦୁଷ୍ମନ୍ତ ଚମିରା ଓ ନୁୱାନ୍ ତୁଷାରା ବାଦ୍‌ ପଡ଼ିଥିଲେ। ଫଳରେ ଅନଭିଜ୍ଞ ପେସ୍ ଆକ୍ରମଣ ନେଇ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍ ବିପକ୍ଷରେ ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା ଖେଳିବ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories