www.samajalive.in
Sunday, December 14, 2025
14.1 C
Bhubaneswar

କରପା ସେବାଶ୍ରମରେ ଶିକ୍ଷକ ମରୁଡ଼ି

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବା ସରକାରୀ ପ୍ରାଥମିକ ସେବାଶ୍ରମରେ ଶିକ୍ଷକ ମରୁଡ଼ି ଦେଖାଦେଇଛି। ଏହି ସେବାଶ୍ରମ ୧.୧.୧୯୫୮ ମସିହାରେ ସ୍ଥାପିତ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଛି। ପ୍ରଥମଠାରୁ ପଞ୍ଚମ ଶ୍ରେଣୀ ମୋଟ ୧୪୬ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷକ ଗୋପୀନାଥ ଗମାଙ୍ଗ ରହିଛନ୍ତି। ଛାତ୍ରାବାସରେ ୯୯ଜଣ ଛାତ୍ରଛାତ୍ରୀ ରହୁଥିବାବେଳେ ଡେ’ ସ୍କଲାର ଛାତ୍ରଛାତ୍ରୀ ୩୮ଜଣ ରହିଛନ୍ତି। ପୂର୍ବରୁ କରପା ସେବାଶ୍ରମରେ ତିନିଜଣ ଶିକ୍ଷକ ରହିଥିଲେ। ମାଝୀଗୁଡା ପଞ୍ଚାୟତର ବଡନାୟକ ସେବାଶ୍ରମରେ ୩୫୦ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ରହିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କରପା ପ୍ରାଥମିକ ସେବାଶ୍ରମର ଶିକ୍ଷକ ଦାସ ହୁଈକାକୁ ୨୦୨୪ମସିହା ସେପ୍ଟେମ୍ବର ମାସରେ (ଡେପୁଟେସନ) ତତ୍କାଳୀନ ଦାୟିତ୍ବ ଦିଆଯାଇଛି। ନଭେମ୍ବର ମାସରେ କରପା ସେବାଶ୍ରମର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କୁ ବହିଷ୍କୃତ କରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ନେଇ ଯାଇଛନ୍ତି। ବର୍ତ୍ତମାନ କରପା ସେବାଶ୍ରମ ଜଣେ ଶିକ୍ଷକଙ୍କ ଦ୍ୱାରା ହିଁ ଚାଲିଛି। ସେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷା ଦାନ କରୁଥିବେ ତାହା ଆଶ୍ଚର୍ଯ୍ୟଜନକ। ସେ ପିଲାଙ୍କୁ ପାଠ ପଢ଼ାଇବେ ନା ଅଫିସ କାର୍ଯ୍ୟ କରିବେ କେବଳ ପିଲାମାନଙ୍କୁ ଜଗି ରହିଛନ୍ତି। ବର୍ତ୍ତମାନ ପରୀକ୍ଷା ଚାଲିଛି ପିଲାଙ୍କ ଭବିଷ୍ୟତ କଣ ହେବ। ଯଦି ସେବାଶ୍ରମରେ କୌଣସି ଅଘଟଣ ଘଟିଲେ ସରକାର ଦାୟୀ ରହିବେ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ବିଦ୍ୟାଳୟର ସମସ୍ୟା ବିଷୟରେ ଅବଗତ କରାଯାଇଛି। ମାସେ କି ଦୁଇ ମାସ ମଧ୍ୟରେ ଶିକ୍ଷକ ସମସ୍ୟା ଦୂର ହେବ ବୋଲି କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories