www.samajalive.in
Monday, December 15, 2025
26.1 C
Bhubaneswar

ବେଧଡ଼କ ଜଙ୍ଗଲ କଟା, ୬ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର  ବନାଞ୍ଚଳ ବିଜେପୁର ସେକସନ ଘାଟିକୁଣ୍ଡରୁ ଜଙ୍ଗଲରେ ବେଧଡ଼କ ଗଛ କଟାଯାଉଛି। ଘାଟିକୁଣ୍ଡରୁଠାରୁ ପାହାଡ଼ ପଦର ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଦୁଇପାର୍ଶ୍ବରେ ହେକ୍ଟର ହେକ୍ଟର ଜଙ୍ଗଲ କାଟି ସଫା କରିଦିଆଯାଇଛି। ସେହି ରାସ୍ତା ଦେଇ ବିଜେପୁର ବନବିଭାଗ କର୍ମଚାରୀ ପ୍ରତିଦିନ ଯିବା ଆସିବା କରୁଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବିଜେପୁର ବନବିଭାଗ ତତ୍ପରତା ଦେଖାଇ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମଦନଗୁଡା ଗାଁର ଲାଞ୍ଜି ମାଝୀ(୫୫), ଦିପେନ ସୁନା(୨୦), ରାମ ମାଝୀ(୨୭), ସାଇବୁ ମାଝୀ(୨୩), ବନାଙ୍ଗ ମାଝୀ(୫୦) ଓ କାକୁଡା ମାଝୀ(୫୩)। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲରେ ଶାଳ, ହରିଡ଼ା, ବାହାଡ଼ା, ଅଁଳା, ବିଜା ଭଳି ଅନେକ ମୂଲ୍ୟବାନ ଗଛକୁ ଅଭିଯୁକ୍ତମାନେ କାଟିଦେବା ସହିତ ଅବଶିଷ୍ଟାଂଶକୁ ପୋଡ଼ିଦେଇ ପୋଡୁ ଚାଷ କରୁଥିଲେ। ଏ ନେଇ ବନବିଭାଗ ପାଖରେ ଖବର ଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା। ଫଳରେ ଜଙ୍ଗଲ ଧ୍ୱଂସ ହେଉଥିଲା। ଜଙ୍ଗଲୀ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories