www.samajalive.in
Sunday, December 14, 2025
26.1 C
Bhubaneswar

ମହିଳାଙ୍କୁ ଟଣାଓଟରା, ପୁଲିସ କର୍ମଚାରୀଙ୍କ ପୁଅ ଅଟକ

ବାସୁଦେବପୁର :  ବାପା ପୁଲିସ କର୍ମଚାରୀ ଥିବାରୁ ପୁଅ ଚଳାଇଛି ଗୁଣ୍ଡାରାଜ । ମହିଳାଙ୍କୁ ଟଣାଓଟରା ,ଗଣ୍ଡଗୋଳ ଓ ମାରପିଟ ପରେ ଥାନାରେ ଅଭିଯୋଗକୁ ଭିତ୍ତି କରି ପୁଲିସ କର୍ମଚାରୀଙ୍କ ପୁଅ ଅଟକ । ଏମିତି ଘଟଣା କଷିଆ ସାମୁଦ୍ରୀକ ଥାନା ଅଧିନ ବିଦେଇପୁର ପଞ୍ଚାୟତର ଡିହମଳିକସାହିରେ ବୋଲି ଜାଣିବାକୁ ମିଳିଛି । ଏନେଇ ଥାନାଧିକାରିଣୀ ସାବିତ୍ରୀ ପଣ୍ଡା କୁହନ୍ତି, ଡିହମଳିକ ସାହିର ଗଣ୍ଡଗୋଳ,ମାରପିଟ ଘଟଣାରେ କଷିଆ ଥାନାର କର୍ମଚାରୀ ନିରାକର ମଳିକଙ୍କ ପୁଅ ଓମପ୍ରକାଶ ମହିଳାଙ୍କ ଘରେ ପଶି ଟଣାଓଟରା କରିବା କାରଣରୁ ମହିଳାଜଣକ ନିଜକୁ ସୁରକ୍ଷା ଦେବାକୁ ଯାଇ ଓମପ୍ରକାଶକୁ ଚାପୁଡା ମାରିଥିଲେ । ଯାହାକୁ ନେଇ ଗଣ୍ଡଗୋଳର ସୁତ୍ରପାତ ଘଟିଥିଲା । ଗଣ୍ଡଗୋଳ ପରେ ଥାନାରେ ପୃଥକ ପୃଥକ ଚାରିଗୋଟି ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଥିବା ସହ ଓମପ୍ରକାଶକୁ ଥାନାରେ ଅଟକ ରଖାଯାଇ ଘଟଣାର ତଦନ୍ତ ଜାରି ରହିଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories