www.samajalive.in
Monday, December 8, 2025
13.1 C
Bhubaneswar

ଖୁବଶୀଘ୍ର ନଂ୧ର ମୁକୁଟ ହରାଇବେ ମୁକେଶ ଅମ୍ବାନୀ! ଜାଣନ୍ତୁ ଚୁପ୍‌ଚାପ୍ କିଏ ହେଲା ନିକଟତର

ସମାଜ ଡିଜିଟାଲ ଡେସ୍କ: ଭାରତ ତଥା ଏସିଆର ସୁବଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଆସନ ବିପଦରେ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୧୧୪ ବିଲିୟନ ଡଲାର ସମ୍ପତ୍ତି ସହ ଏସିଆର ପ୍ରଥମ ଏବଂ ବିଶ୍ୱରେ ୧୧ତମ ଧନୀ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ। କିନ୍ତୁ ଖୁବଶୀଘ୍ର ନଂ୧ର ମୁକୁଟ ହରାଇ ପାରନ୍ତି ମୁକେଶ। ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ତାଙ୍କର ଅତି ନିକଟତର ହୋଇଛନ୍ତି। ବର୍ତ୍ତମାନ ଉଭୟଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟରେ କେବଳ ୩ ବିଲିୟନ ଡଲାରର ପାର୍ଥକ୍ୟ ରହିଛି। ୧୧୧ ବିଲିୟନ ଡଲାର ସମ୍ପତ୍ତି ସହ ଧନୀ ତାଲିକାରେ ଏସିଆର ଦ୍ଵିତୀୟ ଏବଂ ବିଶ୍ଵର ୧୨ତମ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ।

ଚଳିତ ବର୍ଷ ଅମ୍ବାନୀଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୧୭.୭ ବିଲିୟନ ଡଲାର ବୃଦ୍ଧି ପାଇଥିବାବେଳେ ଆଦାନୀଙ୍କ ମୋଟ୍‌ ସମ୍ପତ୍ତିରେ ୨୬.୯ ବିଲିୟନ ଡଲାର ବୃଦ୍ଧି ପାଇଛି। ଗୁରୁବାର ଅମ୍ବାନୀଙ୍କ ସମ୍ପତ୍ତି ୬୮.୭ କୋଟି ଡଲାର ବଢିଥିବାବେଳେ ଆଦାନୀଙ୍କ ସମ୍ପତ୍ତି ୨.୯୦ ବିଲିୟନ ଡଲାର ବୃଦ୍ଧି ପାଇଛି। ଆମେରିକୀୟ ଶେୟାର ବଜାରରେ ଗତ ସେସନ୍‌ରେ ପତନ ଘଟିଛି। ଏହାଦ୍ୱାରା ଅଧିକାଂଶ ଶୀର୍ଷ ଧନୀ ବ୍ୟକ୍ତିଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ୧୦.୯ ବିଲିୟନ ଡଲାର ହ୍ରାସ ପାଇ ୨୪୧ ବିଲିୟନ ଡଲାରରେ ପହଞ୍ଚିଛି। ଜେଫ୍‌ ବେଜୋସ୍‌ ୨.୪୮ ବିଲିୟନ ଡଲାର ଓ ବର୍ଣ୍ଣାର୍ଡ ଅର୍ନଲ୍ଟ ୩.୪୦ ବିଲିୟନ ଡଲାର ହରାଇଛନ୍ତି। ବେଜୋସ୍‌ ୨୦୭ ବିଲିୟନ ଡଲାର ସହ ଏହି ତାଲିକାରେ ଦ୍ଵିତୀୟ ଓ ଅର୍ନଲ୍ଟ ତୃତୀୟ ସ୍ଥାନରେ ଅଛନ୍ତି।

- Advertisement -

ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ମୂଲ୍ୟ ଗୁରୁବାର ୭.୯୯ ବିଲିୟନ ଡଲାର ବୃଦ୍ଧି ପାଇଛି। ୧୭୭ ବିଲିୟନ ଡଲାରର ସମ୍ପତ୍ତି ସହ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ୧୫୭ ବିଲିୟନ ଡଲାର ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଗୁରୁବାର ତାଙ୍କ ସମ୍ପତ୍ତି ମୂଲ୍ୟ ୩୯ କୋଟି ଡଲାର ବୃଦ୍ଧି ପାଇଛି।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories