www.samajalive.in
Tuesday, November 18, 2025
27.1 C
Bhubaneswar

ରାତିର ରାଜଧାନୀ ଅସୁରକ୍ଷିତ: ହୁଏନି ଚେକିଂ ଓ ବ୍ଳକିଙ୍ଗ, ଅସାମାଜିକ ସକ୍ରିୟ

ଭୁବନେଶ୍ୱର: ରାତି ୧୧ଟା ପରେ ଥାନାରେ ରହୁନାହାନ୍ତି ବାବୁ। ବୁଲୁନି ଥାନା ଗାଡ଼ି। ଆଉ ପଇଁତରା ମାରୁନି ପିସିଆର୍ ଭ୍ୟାନ୍। ବାଇକ୍ ପାଟ୍ରୋଲିଂ ଉଭାନ । ବୁକିଂ ଓ ଚେକିଂ ବନ୍ଦ। ଏହାର ଫାଇଦା ନେଇ ରାତି ୧୨ଟା ପରେ ସହରରେ ଅସାମାଜିକ ସକ୍ରିୟ ହେଉଛନ୍ତି। ମଦ୍ୟପଙ୍କ ଆଡ୍ଡା ଜମୁଛି। ପିସିଆର୍ କର୍ମଚାରୀଙ୍କ ହାତରେ ସୁରକ୍ଷା ବ୍ୟବସ୍ଥା ଧରାଇ ଖାକି ବାବୁମାନେ ଘରକୁ ପଳାଉଛନ୍ତି। ସାଧାରଣ ଲୋକେ ଯାତାୟାତ ପାଇଁ ଅସୁରକ୍ଷିତ ମଣୁଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ଲାଗି ଲୋକେ ଘରୁ ବାହାରିବା ପାଇଁ ଡରୁଛନ୍ତି। ଅଧୂକାରୀ ବଦଳିଲେ ନିୟମ ବଦଳି ଯାଉଛି, ନୂଆ ଅଧିକାରୀଙ୍କ ନୂଆ ନିୟମ ସହରବାସୀଙ୍କୁ ଅସୁବିଧାରେ ପକାଉଛି। କଟକ-ଭୁବନେଶ୍ଵର ବାସିନ୍ଦାଙ୍କୁ ତ୍ବରିତ ସେବା ଓ ଧନ ଜୀବନ ସୁରକ୍ଷା ଲାଗି ୨୦୦୮ରେ କମିସନରେଟ ପୁଲିସ ଗଠନ ହୋଇଥିଲା।

ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ ସହରବାସୀଙ୍କୁ ଉତ୍ତମ ସେବା ଯୋଗାଇବା। ଏହାକୁ ଲକ୍ଷ୍ୟ କରି ପ୍ରଶାସନ ଏବେ ସୁଦ୍ଧା କମିସନରେଟ ପୁଲିସକୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛି। ଜିଲା ପୁଲିସ ତୁଳନାରେ କର୍ମଚାରୀ, ଭିତ୍ତିଭୂମି, ଗାଡ଼ି ମୋଟର ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଅଧିକ ରହିଛି। ମାଜିଷ୍ଟ୍ରେଟ ପାୱାର ବି ମିଳିଛି। ଏତେସବୁ ସୁବିଧା ପରେ ସହରବାସୀ ଅସୁରକ୍ଷିତ। ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତ ଘର ତାଲା ଭାଙ୍ଗି କଳାକନା ବୁଲାଉଛନ୍ତି। ସୁରକ୍ଷାକର୍ମୀ ଜଗି ରହିଥ‌ିବାବେଳେ ଆପାର୍ଟମେଣ୍ଟରେ ପଶି ଫ୍ଲାଟ୍‌କୁ ଖାଲି କରି ଦେଉଛନ୍ତି। ଘର ସମ୍ମୁଖରେ ଆଖ୍ ପିଛୁଳାକେ ମୋଟରସାଇକଲ ନେଇ ଛୁ’ ମାରୁଛନ୍ତି ।

- Advertisement -

ରାସ୍ତାରେ ଚଳନ୍ତା ଗାଡ଼ିରୁ ସୁନା ଅଳଙ୍କାର ଝାମ୍ପି ନେଇ ପଳାଉଛନ୍ତି। ଏପରି ଘଟଣାରେ ସାଧାରଣ ଲୋକଙ୍କ ଜୀବନ ଯିବା ନଜିର ରହିଛି। ଏଭଳି ଅପରାଧ ଉପରେ ରୋକ୍ ଲଗାଇବାରେ ପୁଲିସ ବିଫଳ ହୋଇଛି। ଅପରାଧୀଙ୍କୁ ସାବାଡ଼ କରିବା ଓ ରାଜଧାନୀକୁ ଅପରାଧମୁକ୍ତ ସହର ଗଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ପୁଲିସ ଡିଣ୍ଡିମ ପିଟୁଛି। ପ୍ରକୃତପକ୍ଷେ ସହରର ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ରାତିରେ ବାଇକ୍ ପାଟ୍ରୋଲିଂ କରାଯାଉଥିଲା, ପିସିଆର୍ ଘୂରି ବୁଲୁଥିଲା। ଗତ କିଛିବର୍ଷ ହେବ ବାଇକ୍ ପାଟ୍ରୋଲିଂ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପିସିଆର୍ ବିଭିନ୍ନ ଛକରେ ଡେରା ପକାଇ ରହୁଛି। ନିୟନ୍ତ୍ରଣ କକ୍ଷ-୧୧୨ରୁ ଖବର ଆସିଲେ ପିସିଆର୍ ଆଗକୁ ଗଡ଼ୁଛି। ଥାନା ଅଧିକାରୀ ସବୁଦିନ ରାତିରେ ଥାନା ଗାଡ଼ିରେ ନିଜ ଅଞ୍ଚଳ ପାଟ୍ରୋଲିଂ କରୁଥିଲେ। ଏବେ ଏଥ୍ରେ ବ୍ୟତିକ୍ରମ ଦେଖ‌ିବାକୁ ମିଳୁଛି। ଫଳରେ ସହରରେ ଅପରାଧୀ ସକ୍ରିୟ ହେଉଥ‌ିବା ଚର୍ଜା ହେଉଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories