www.samajalive.in
Sunday, December 7, 2025
13.1 C
Bhubaneswar

ଧାନ ବିଲରେ ଛିଣ୍ଡି ପଡ଼ିଲା ୧୧ କେଭିର ବିଦ୍ୟୁତ ତାର ; ଅଳ୍ପକେ ବର୍ତ୍ତିଲା ଚାଷୀଙ୍କ ଜୀବନ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ଧାନ ଚାଷ ଜମିରେ ଛିଣ୍ଡି ପଡ଼ିଲା ୧୧ କେଭିର ବିଦ୍ୟୁତ ତାର।ଫଳରେ ଚାଷ ଜମିରେ କାମ କରୁଥିବା ଜମି ମାଲିକଙ୍କ ସମେତ ୨୦ ଜଣ ମୂଲିଆ ଧାନ ରୋଆଳିଙ୍କ ଅଳ୍ପକେ ଜୀବନ ବର୍ତ୍ତି ଯାଇଛି। ଏହାକୁ ନେଇ ସାଧାରଣରେ ଘୋର ଉଦବେଗ ପ୍ରକଶ ପାଇଛି। ମୁଖ୍ୟତଃ ଭାବେ ବିଭାଗୀୟ ଅଧିକାରୀ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ସୂଚନା ଯୋଗ୍ୟ ଯେ ଶନିବାର ଦିନ ଦୁଇ ଘଣ୍ଟା ସମୟରେ ଶତ୍ରୁଶୋଲ ଗ୍ରାମର ଧାନ ଚାଷ ଜମି ମାଲିକ ଦିଲ୍ଲୀପ ପଲେଇ ସମେତ ୨୦ଜଣ ଧାନ ରୋଆଳି କାମ କରୁଥିବା ସମୟରେ ଚାଷ ଜମି ଉପର ଦେଇ ୧୧ କେଭିର ବିଦ୍ୟୁତ ଯୋଗାଣ ତାର ହଠାତ ଚାଷ ଜମି ଉପରରେ ଖସି ପଡ଼ିଥିଲା। ଦିଲ୍ଲୀପଙ୍କ ସମେତ ଶ୍ରମିକମାନେ ଚାଷ ଜମିରୁ ବାହାରି ନିଜ ଜୀବନ ବଞ୍ଚାଇଥିଲେ। ବିଦ୍ୟୁତ ଖୁଣ୍ଟ ଦୁର୍ବଳ ଯୋଗୁଁ କିଛି ଦିନ ହେବ ତାର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଥିଲା। ବିଦ୍ୟୁତ ଖୁଣ୍ଟ ଓ ୧୧ କେଭିର ତାର ଯୋଗାଣ ଚାଷ ଜମି ଉପର ଦେଇ ଯାଇଥିବା ବେଳେ ତାହାର ଗତିବିଧି ଉପରେ ନଜର ରଖୁନଥିବା ସ୍ଥାନୀୟ ବିଦ୍ୟୁତ ବିଭାଗର ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି କରିବା ସହ ଏହାର ମରାମତି ପାଇଁ ଯଥା ଶୀଘ୍ର ଉଦ୍ୟମ ପାଇଁ ଦାବି ହେଉଛି।

ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories