ମୋବାଇଲ ଲୁଟେରା ଗିରଫ
ସମ୍ବଲପୁର: ସ୍ଥାନୀୟ ହୀରାକୁଦ ରେଳ ଷ୍ଟେସନରୁ ଗତ ଅକ୍ଟୋବର ମାସ ୯ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ଜଣେ ରେଳ ଯାତ୍ରୀ ରାଜୁ ପାଲଙ୍କ ନିକଟରୁ ମୋବାଇଲ ଲୁଟ ହୋଇଥିଲା। ଏ ସମ୍ପର୍କରେ ଜିଆରପି ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିଲା। ତଦନ୍ତ ସମୟରେ ଧନକଉଡା ନିବାସୀ ସବର କରିମ ନାମକ ଜଣେ ୨୭ ବର୍ଷିୟ ଯୁବକଙ୍କୁ ଗିରଫ କରି ତା ନିକଟରୁ ଲୁଟ ହୋଇଥିବା ମୋବାଇଲକୁ ଜିଆରପି ଜବତ କରିଛି। ଏଣୁ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ଜିଆରପି ସୂଚନା ଦେଇଛି।
Comments are closed.