www.samajalive.in
Saturday, December 6, 2025
16.1 C
Bhubaneswar

ଦୁଃଖଦ; ନିଆଁରେ ପୋଡି ହୋଇ ଆଖି ବୁଜିଲେ ମାଆ ଓ ୪ ମାସର ଶିଶୁକନ୍ୟା..

କଟକ: ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି ମାଆ ଓ ଶିଶୁ। ଏଭଳି ଏକ ଅଘଟଣ କଟକ ଜଗତପୁର ଥାନା ଆତୋଡା ଗାଁରେ ଘଟିଛି। ଏହି ଘଟଣା ପରେ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୁଲିସ। ପ୍ରାଥମିକ ତଦନ୍ତ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦେହରେ କିରୋସିନ ଢାଳି ନିଜ ୪ ମାସର ଶିଶୁକନ୍ୟାକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଚିସ୍ମିତା ମହାନ୍ତି। ପାରିବାରିକ କଳହରୁ ଏଭଳି କରିଥିବା କୁହାଯାଉଥିବା ବେଳେ ସୁଚିଶ୍ମିତାଙ୍କ ମାଆ ରଶ୍ମିତା ମହାନ୍ତି ଯୌତୁକ ନିର୍ଯାତନା ଆଣି ଜଗତପୁର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ସ୍ବାମୀ, ଶାଶୁ ଓ ବିବାହିତା ନଣଦ ନାମ ଉଲ୍ଲେଖ କରିଛନ୍ତି ।
ସୂଚନାନୁଯାୟୀ, ୧୦/୧୨/୨୦୨୩ ରେ ବୈଦିକ ରୀତିରେ ସୌରି ଗାଁର ସୁଚିସ୍ମିତା ମହାନ୍ତି ଆତୋଡ଼ା ଗାଁର ଶୁଭ ରଞ୍ଜନ ଲେଙ୍କାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶାଶୁ ଘର ଲୋକଙ୍କ ଡିମାଣ୍ଡ ମୁତାବକ ସମସ୍ତ ଟଙ୍କା, ଆସବାବ ପତ୍ର ଓ ସୁନା ଅଳଙ୍କାର ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବୀ କରି ଶାଶୁ ଘର ଲୋକ କିରୋସିନ ଢାଳି ମାଆ ଝିଅକୁ ମାରି ଦେଇଥିବା ମୃତ ସୁଚିସ୍ମିତାର ମାଆ ଓ ଭଉଣୀ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ମୃତ ସୁଚିଶ୍ମିତାଙ୍କ ମାଆଙ୍କ ଏତଲାକୁ ଭିତ୍ତି କରି ପୁଲିସ କେଶ ନଂ ୬୧୫ / ୨୪ ଏକ ମାମଲା ରୁଜୁ କରିଛି। ପ୍ରଥମେ ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ତାଙ୍କ ଶିଶୁ କନ୍ୟାକୁ ଧରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଜଣାପଡିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ ମହିଳାଙ୍କ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ବୋଲି କଟକ ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି ।

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ; ନାଗସାପ ଛୁଆକୁ ଆଉଁସୁଥିଲେ ଯୁବକ, ତା’ପରେ..

- Advertisement -

୨୦୦ରୁ ବି କମ୍‌.. ଜିଓର ଶସ୍ତା ପ୍ଲାନ୍‌, ସବୁଦିନ ମିଳିବ ୨ଜିିବି ଡାଟା..

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories