ସମାଜ ପ୍ରଭାବ: ଜାମବାହାଲ ସ୍କୁଲ ପରିଦର୍ଶନ କଲେ ଶିକ୍ଷାଧିକାରୀ

ରେଙ୍ଗାଲି: ଦୈନିକ ସମାଜ ରେ “ବିପଦ ସଂକୁଳ ଘରେ ଚାଲିଛି ଜାମବାହାଲ ସ୍କୁଲ “,  ଛାତରୁ ଖସୁଛି ସିମେଣ୍ଟ ଅତଡା, ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ଖବର ପ୍ରକାଶିତ ହେଲା ପରେ ଶିକ୍ଷା ବିଭାଗ ତତ୍ପର ହୋଇଛି। ବୁଧବାର ରେଙ୍ଗାଲିବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବାଗ ଜାମବାହାଲ ସ୍କୁଲ ପରିଦର୍ଶନ କରିଛନ୍ତି। ବାଗ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଜରାଜୀର୍ଣ୍ଣ ତଥା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ କୋଠରୀ ପରିଦର୍ଶନ କରିଥିଲେ। ବିପଦଜ୍ଜନକ ଅବସ୍ଥାରେ ଥିବା ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ ନ କରିବାକୁ ନିର୍ଦ୍ଦେଶ ଦେବା ସହିତ ନୂତନ କୋଠରୀ ନିର୍ମାଣ ନ ହେବା ଯାଏ ୩ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାରଣ୍ଡା ପାର୍ଶ୍ବରେ ଇଟା ପ୍ରଚିର ଦେଇ ଅସ୍ଥାୟୀ ଭାବରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିବାର ପ୍ରକାଶ।

prayash

ଅପର ପକ୍ଷରେ ଶିକ୍ଷା ବିଭାଗ ତତ୍ପରତା ଦେଖାଇ ବାରଣ୍ଡାରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ବ୍ୟବସ୍ଥା ବେଳେ ସ୍କୁଲ କୋଠରୀ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବ୍ଲକ ପ୍ରଶାସନ କେବେ ତତ୍ପର ହେବ ବୋଲି ପ୍ରଶ୍ନ ହେଉଛି।

Comments are closed.