ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ – ୧ ସମ୍ବଲପୁରେ ବାର୍ଷିକ କ୍ରୀଡା ଉତ୍ସବ
ସମ୍ବଲପୁର: ସମ୍ବଲପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ – ୧ ଠାରେ ମଙ୍ଗଳବାର ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରିଡା ଉତ୍ସବରେ ବିଦ୍ୟାଳୟର ପ୍ରାଚାର୍ଯ୍ୟ ରଣରଞ୍ଜୟ ସିଂହ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ। କ୍ରିଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆନ୍ତର୍ଜାତୀୟ କ୍ରିଡାବିତ ସୁନ୍ଦରମଣି ବାରିକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଦୀପ ପ୍ରଜ୍ୱଳନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ସହିତ ଅତିଥି ମାନଙ୍କୁ ଚାରା ଗଛ ଅର୍ପଣ କରି ସବୁଜ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କେ. ସୋନାଲି ଆଲୋକପାତ କରିଥିଲେ। ମଶାଲ ପ୍ରଜ୍ୱଳନ କରି ଖେଳାଳି ମାନେ ଖେଳ ଭାବନାର ସହିତ ଖେଳିବା ପାଇଁ ଶପଥ ନେବା ପରେ କ୍ରିଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ୧୦୦ ମିଟର, ୨୦୦ ମିଟର, ୮୦୦ ମିଟର, ରିଲେ ରେସ, କବାଡି, ଖୋ ଖୋ, ବ୍ୟାଡମିଣ୍ଟନ, ଫୁଟବଲ ଆଦି ଖେଳ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାର ଶେଷ ପର୍ଯ୍ୟାୟର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏରୋବିକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଯୋଗା ନୃତ୍ୟ ପରିବେଷଣ କରାଯାଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ଦେହୁରୀ ଏବଂ ସମସ୍ତ ବରିଷ୍ଠ ଓ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ପିଜିଟି ଇଂରାଜୀ ଶିକ୍ଷକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଉପ ପ୍ରାଚାର୍ଯ୍ୟ ବଳରାମ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.