www.samajalive.in
Sunday, December 7, 2025
14.1 C
Bhubaneswar

ଭ୍ୟାନ୍‌-ଟ୍ରକ ଧକ୍କା; ୩ ଶିଶୁ ସହ ୬ ମୃତ

ଗୁଜରାଟ : ଗୁଜରାଟର ଭରୁଚ ଜିଲାରେ ଭ୍ୟାନ୍‌-ଟ୍ରକ୍‌ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ପୁଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । ଘରୋଇ ଭ୍ୟାନ୍‌ ଓ ଟ୍ରକ ମଧ୍ୟରେ ଧକ୍କା ହେବା ପରେ ସେଥିରେ ଥିବା ୩ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମଗନନ୍ଦ ଗାଁ ନିକଟରେ ଜମ୍ବୁସର-ଆମୋଦ ମାର୍ଗରେ ଏହି ଦୁର୍ଘଟଣା ଘଟିଥିଲା । ଗାଁର ପ୍ରାୟ ୧୦ ଜଣ ଶୁକ୍ଲତୀର୍ଥ ଅଭିମୁଖେ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories