ଶୋଚନୀୟ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର
ଫୁଲବାଣୀ:ଶିଶୁ ବିକାଶ ନାଁ ରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ହେଉଛି, ସତ କିନ୍ତୁ ବାସ୍ତବର ନଗ୍ନ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସବୁ କାଗଜ କଲମରେ ଚାଲିଛି , ଫଳାଫଳ ଶୂନ। ଯାହାରି ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦୁର୍ଗମ ଶ୍ରୀରାମପୁର ପଞ୍ଚାୟତର ଓଡ଼ିଆ ସାହି ଅଙ୍ଗନ ୱାଡି କେନ୍ଦ୍ର। ଯିଏ ଦେଖିଛି ସେହିଁ ପ୍ରକୃତ ବିଶ୍ୱାସ କରିବ. ଅଙ୍ଗନ ୱାଡି କେନ୍ଦ୍ର ର ଅବସ୍ଥା। ପୁରା ପୁରୀ ଶୋଚନୀୟ ହୋଇ ପଡ଼ିଛି।
୧୯୯୭ ମସିହାର ଅଙ୍ଗନ ୱାଡି କେନ୍ଦ୍ର ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଏତେ ପୁରୁଣା କେନ୍ଦ୍ର ବହୁ ସମସ୍ୟା ମଧ୍ୟରେ ଗତି କରୁଛି। କେନ୍ଦ୍ର ରେ ପାଚେରୀ ନଥିବାବେଳେ ଜରାଜୀର୍ଣ୍ଣ ଭଗ୍ନ ଅବସ୍ଥାରେ ପଡ଼ି ରହିଛି। କେନ୍ଦ୍ର ଗୃହରୁ ପାଣି ଲିକ ହେଉଛି, କାନ୍ଥରୁ ସିମେଣ୍ଟଖଣ୍ଡ ଖଣ୍ଡ ପଡୁଛି. ବିମ ଦବିଯାଇଛି, ରୋଡ଼ ସବୁ ଆଁ ହେଇ ଦିଶୁଚି. କାନ୍ଥ ରୁ ଫଲସ ଖଣ୍ଡ ଖଣ୍ଡ ପଡୁଛି. କାନ୍ଥ ଫାଟି ଆଁ ହେଇ ଦିଶୁଚି ବର୍ଷା ହେଲେ ଏହି ଅଙ୍ଗନବାଡି କେନ୍ଦ୍ର ରେ ଆଣ୍ଠୁଟେ ଲେଖାଏଁ ପାଣି ରହିଥାଏ।
କୁନି କୁନି ଶିଶୁ ସଂଖ୍ୟା ୩୦ ରୁ ଊର୍ଦ୍ଧ୍ବ ହେବ। ଏହି ଶିଶୁ ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ଶ୍ରୀମତୀ ରଂଜିତା ପଣ୍ଡା ବିପଦ ସଂକୁଳ ଅବସ୍ତରର ଘରେ କିମ୍ବା ବାରଣ୍ଡାରେ ବଷାଇ ଶିକ୍ଷା ଖାଦ୍ୟ ଦିଅନ୍ତି। ଅଙ୍ଗନବାଡି ଘର କୁ ଘର ଯାଇ ପିଲାମାନଙ୍କୁ ଡାକି ଆଣି ଶିକ୍ଷା ଖାଦ୍ୟ ଦିଅନ୍ତି , ଗର୍ଭବତୀ, ପ୍ରସୂତି ମା ମାନଙ୍କୁ ମଧ୍ୟ ନିୟମିତ ଖାଦ୍ୟ ଦେଇଥାନ୍ତି।
ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ପ୍ରାକ ଶିକ୍ଷା ଦିଆଯାଉଥିବା ବେଳେ ଏଭଳିଆ ଅବ୍ୟବସ୍ଥା ଅଭିଭାବକ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଶିଶୁଙ୍କ ବିକାଶ ନାଁ ରେ ସରକାର ଅନେକ ଅର୍ଥ ଯୋଗାଇ ଦେଉଥିବା ବେଳେ ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବିଭାଗ ଅବ୍ୟବସ୍ଥା ବିଷୟ ରେ ଅଜ୍ଞ ତାହା ସ୍ପଷ୍ଟ ବାରି ହେଉଛି। ଏଣୁ ଗ୍ରାମବାସୀ ଓ କୁନି କୁନି ଶିଶୁଙ୍କ ଅଭିଭାବକ ଭାରତୀ ପୂଜାରୀ, ରଶ୍ମିତା ପାତ୍ର, ବସୁମତୀ ପାତ୍ର, ସୁକୁମାରୀ ପ୍ରଧାନୀ, ସରିତା ବିନ୍ଧାଣି, ରଂଜିତ ବୁଡ଼େକା, ବାସନ୍ତୀ ଦଣ୍ଡସେନା, ସମିତା ବୁଡ଼େକା, ମମତା ବିଶୟୀ,କହିବା ଅନୁଯାଇ ତୁରନ୍ତ ନୂତନ ଅଙ୍ଗନବାଡି ଗୃହ କରାଯାଉ ନଚେତ ଆଗାମୀ ଦିନରେ ସିଡିପିଓ ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।
ଉକ୍ତ ସମସ୍ୟା ବିଷୟ ନେଇ କୋଟଗଡ଼ ସିଡିପିଓ ଶ୍ରୀମତୀ ହରଲକ୍ଷ୍ମୀ ପୂଜାରୀ ଙ୍କୁ ପଚାରିବାରୁ ସେକହିଛନ୍ତି ଯେ ଶ୍ରୀରାମପୁର ଓଡ଼ିଆସାହି ଅଙ୍ଗନବାଡି କେନ୍ଦ୍ର ସମସ୍ୟା ନେଇ ସେ ବିଡିଓ ଙ୍କ ସହ ଆଲଚନା କରିଛନ୍ତି ତୁରନ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.