ଗୁଜରାଟରେ ଭୂକମ୍ପ ଝଟକା

ଅହମଦାବାଦ : ଭୂକମ୍ପ ଝଟକାରେ ଥରିଲା ଗୁଜରାଟ। ଗୁଜରାଟରେ ସକାଳ ୮ଟା ୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ସକାଳ ୮ଟାରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ୧୫ କିଲୋମିଟର ବୋଲି ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳି ନାହିଁ।

Comments are closed.