www.samajalive.in
Saturday, December 6, 2025
26.1 C
Bhubaneswar

ଅଦିନିଆ ବର୍ଷା ; ବଜ୍ରପାତରେ ୨୦ ମୃତ

ଅହମଦାବାଦ: ଗୁଜରାଟରେ ଅଦିନିଆ ବର୍ଷା କାରଣରୁ ବଜ୍ରପାତ ହୋଇ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୋବାର ଖବର ମିଳିଛି। ଏହି ଅଘଟଣରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି।
ଗୁଜରାଟର ଦାହୋଦରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭରୁଚରେ ୩, ତାପିରେ ୨ ଓ ଅହମଦାବାଦ, ଅମରେଲୀ, ବନସ୍କାଥା, ବୋତଡ, ଖେଡା, ମେହସାଣା, ପଞ୍ଚମହଲ, ସବରକାନ୍ଥା, ସୁରତ, ସୁରେନ୍ଦ୍ରନଗର, ଦେବଭୂମି ଦ୍ୱାରକାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଅଧିକାରୀଙ୍କ କହିବାନୁଯାୟୀ, ଫସଲ ନଷ୍ଟ ହୋଇଛି। ଏହାସହ ସୌରାଷ୍ଟ୍ରର ମୋର୍ବି ଜିଲାରେ ପ୍ରବଳ ବର୍ଷା ହେତୁ କାରଖାନା ବନ୍ଦ ଥିବାରୁ ଅନେକ କ୍ଷୟକ୍ଷତି ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ବର୍ଷାର ପରିମାଣ କମ୍‌‌ ରହିବ। ଗୁଜରାଟ ଏବଂ ସୌରାଷ୍ଟ୍ରର ଦକ୍ଷିଣ ଅଞ୍ଚଳରେ ବର୍ଷା ସୀମିତ ରହିବ। ଉତ୍ତର-ପୂର୍ବ ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୌରାଷ୍ଟ୍ର ଏବଂ କୁଚ୍‌‌ ଅଞ୍ଚଳକୁ ପ୍ରଭାବିତ କରିବା ସହ ଏହି ଅଦିନିଆ ବର୍ଷାର କାରଣ ପାଲଟିଛି।

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories