www.samajalive.in
Wednesday, December 10, 2025
18.1 C
Bhubaneswar

ୟୁନିକ୍‌‌ କପ୍‌‌ କ୍ରିକେଟ, ଫାଇନାଲରେ ପ୍ରଗତି ସ୍ପୋର୍ଟିଂ

କେନ୍ଦୁଝରଗଡ଼଼: ୟୁନିକ୍‌‌ କ୍ରିକେଟ ଏକାଡେମୀ ପକ୍ଷରୁ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ରବିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ୟୁନିକ୍‌‌ କପ୍‌‌ କ୍ରିକ୍ରେଟ ପ୍ରତିଯୋଗିତାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିୟନ ସ୍ପୋର୍ଟିଂ କଟକକୁ ୧୭ରନରେ ହରାଇ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱରଦଳ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ୩୧.୪ ଓଭରରେ ସମସ୍ତ ଉଇକେଟ୍‌‌ ହରାଇ ୧୨୩ ରନ ସଂଗ୍ରହ କରିଥିଲା।

ଦଳ ପକ୍ଷରୁ ସୁମନ ଦାସ ସର୍ବାଧିକ ୨୬ରନ ସଂଗ୍ରହ କରିଥିବା ବେଳେ ୟୁନିୟନ ସ୍ପୋର୍ଟିଂ କଟକର ପଙ୍କଜ ସେନାପତି ୪ଟି ଉଇକେଟ ଦଖଲ କରିଥିଲେ। ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ କଟକ ଦଳ ୨୬.୩ ଓଭରରେ ସମସ୍ତ ଉଇକେଟ୍‌‌ ହରାଇ ୧୦୬ ରନ ସଂଗ୍ରହ କରି ୧୭ରନରେ ପରାଜୟ ବରଣ କରିଥିଲା। ଦଳ ପକ୍ଷରୁ ପଙ୍କଜ ସେନାପତି ସର୍ବାଧିକ ୨୯ରନ ସଂଗ୍ରହ କରିଥିବା ବେଳେ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱରର ସାର୍ଥକ ସୌରଭ କୁମାର ୪ଟି ଓ ସୁଈସୁବ୍ରତ ଜେନା ୨ଟି ଉଇକେଟ ଦଖଲ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

- Advertisement -

ଖେଳ ଶେଷରେ ୟୁନିକ୍‌‌ କ୍ରିକେଟ ଏକାଡେମୀର ବରିଷ୍ଠ କ୍ରିକେଟ୍‌‌ ଖେଳାଳୀ ଦୀପକ କୁମାର ସେଠୀ, ଚିନ୍ମୟାନନ୍ଦ ସାହୁ ଓ ମନ୍ମଥ ପେରେଇ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱରର ସାର୍ଥକ ସୌରଭ କୁମାରଙ୍କୁ ମ୍ୟାନ ଅଫ୍‌‌ ଦି ମ୍ୟାଚ୍‌‌ ପୁରସ୍କାର ପ୍ରଦାନ କରିଥିଲେ। ଓସିଏ ଅମ୍ପାୟାର ଆଶୁତୋଷ ପାଣି ଓ ଦୁର୍ଗା ପଟ୍ଟନାୟକ ମ୍ୟାଚ୍‌‌ ପରିଚାଳନା କରିଥିବା ବେଳେ କିରଣ ମନୋହର ମହାନ୍ତି ସ୍କୋରର ଦାୟିତ୍ୱ ତୁଲାଇଥିଲେ ଓ ବୁବୁ ସିହ୍ନା ମ୍ୟାଚର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ। ୟୁନିକ୍‌‌ କ୍ରିକେଟ ଏକାଡେମୀ କେନ୍ଦୁଝରର ବ୍ରହ୍ମାନନ୍ଦ ରାଉତ ଓ ସୁରଜିତ ଲାଲ ଦେଓ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିବା ବେଳେ ବୁଧବାର କେନ୍ଦୁଝରର ବରିଷ୍ଠ ଖେଳାଳୀ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍‌‌ ଅନୁଷ୍ଠିତ ହେବବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories