www.samajalive.in
Monday, December 8, 2025
27.1 C
Bhubaneswar

ଆଳୁ ବିହନ ନଷ୍ଟ ମାମଲା-ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝରଗଡ଼଼: ଓଡିଶା ରାଜ୍ୟକୁ ଆଳୁ ଉତ୍ପାଦନରେ ୧ ନମୂର କରିବା ପାଇଁ ବିଜେପିର ମୋହନ ସରକାର ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲାରେ ଉଦ୍ୟାନ ବିଭାଗର ଅବହେଳା ଓ ଦାୟିତ୍ୱହୀନତା କାରଣରୁ ଆଳୁ ବିହନ ପଚିସଢି ନଷ୍ଟ ହେଇଯାଇଛି। ସେହି ପଚା ବିହନକୁ ଚାଷୀ ମାନଙ୍କୁ ବଣ୍ଟନ ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମଙ୍ଗଳବାର କେନ୍ଦୁଝର ଉଦ୍ୟାନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ପହଞ୍ଚି ଆଳୁ ବିହନ ଗଛିତ ଭଣ୍ଡାର ପରିଦର୍ଶନ କରିବା ସହିତ ଘଟଣାର ଅନୁସନ୍ଧାନ କରିଛନ୍ତି। ଆଳୁ ବିହନ ପଚିବା କାରବାରରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ଦାବି କରିଛନ୍ତି।

- Advertisement -

ଏହି ପରିଦର୍ଶନ ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍‌‌ ପ୍ରକାଶ ପୁହାଣ, ଜିଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ରାଜ୍ୟ ସଂଯୋଜକ ହରିହର ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ ଓ ଶଙ୍କର୍ଷଣ ଜେନା, ପ୍ରକାଶ ଚନ୍ଦ୍ର ସୂତ୍ରଧର, ରାଧାକାନ୍ତ ମହାନ୍ତ, ସୁଧାକର ସାହୁ, ଅନନ୍ତ ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories