www.samajalive.in
Saturday, December 13, 2025
23.1 C
Bhubaneswar

ଲାଞ୍ଜିଗଡ ଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଶାମୁକ୍ତ ଅଭିଯାନ

ଲାଞ୍ଜିଗଡ :କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ମଙ୍ଗଳବାର ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଦିବାକର ପ୍ରଧାନ,ଡା. ନରେନ୍ଦ୍ର ଦାସ ସମେତ ଲାଞ୍ଜିଗଡ ଏବଂ ବିଶ୍ୱନାଥପୁର ପୁଲିସ ମିଳିତ ଭାବେ ସ୍କୁଲ, କଲେଜ, ମେଡିକାଲ ନିକଟବର୍ତ୍ତୀ ଜାଗାରେ ଥିବା ଦୋକାନ ଗୁଡ଼ିକ ଯାଞ୍ଚ କରି ସିଗାରେଟ, ବିଡି, ଗୁଟଖା ଏବଂ ତମାଖୁ ଜାତ ଦ୍ରବ୍ୟ ବିକ୍ରି ପାଇଁ ମନା କରିବା ଏବଂ ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି ହିତକାରକ ନେଇ ସଚେତନତା କରାଇଥିଲେ। ଏହି ଅଭିଯାନରେ ଲାଞ୍ଜିଗଡ ଠାରେ ୬ ଗୋଟି ଦୋକାନ ଏଵଂ ବିଶ୍ୱନଥପୁର ଠାରେ ୧୦ ଗୋଟି ମୋଟ ୧୬ ଗୋଟି ଦୋକାନରୁ ୩ ହଜାର ୨ ଶହ ଟଙ୍କା ତଣ୍ଡ ଆଦାୟ କରଯାଇଥିଲା।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories