ବାଂଲାଦେଶରେ ପୁଣି ହିନ୍ଦୁ ଶିକ୍ଷକଙ୍କୁ ଟାର୍ଗେଟ, ଇସ୍ତଫା ଦେଲେ ହିନ୍ଦୁ ଅଧ୍ୟକ୍ଷ
ଡେସ୍କ: ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ବାଂଲାଦେଶକୁ ସମସ୍ତ ସାହାଯ୍ୟ କରିବା ସତ୍ୱେ ଓ ସେହି ଦେଶର ନେତୃବୃନ୍ଦଙ୍କୁ ଅନେକ ସମୟରେ ଭାରତ ଆଶ୍ରୟ ଦେଇଥିଲେ ମଧ୍ୟ ସେଠାକାର ସେନା ସମର୍ଥନରେ ମୁସଲିମ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ କରିବାରେ ଲାଗିଛନ୍ତି।
ବାଂଲାଦେଶର ସହିଦ ସ୍ମୃତି ଡିଗ୍ରୀ କଲେଜର ୩ ଜଣ ହିନ୍ଦୁ ଶିକ୍ଷାବିତ୍ ଇସଲାମିକ ମୌଳବାଦୀ ଛାତ୍ର ଏବଂ ବାଂଲାଦେଶ ସେନାର ଚାପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ପଦାର୍ଥ ବିଜ୍ଞାନ ଶିକ୍ଷକ ବିମଳ ପାଣ୍ଡେ ଓ ଶିକ୍ଷକ ଲିଟନ ଦତ୍ତଙ୍କ ସମେତ ହିନ୍ଦୁ ସଂଖ୍ୟାଲଘୁ ପ୍ରଧାନ ଶିକ୍ଷକ ଦୁର୍ଲଭାନନ୍ଦ ବାରାଇ ଙ୍କୁ ଦେଶରେ ଅଶାନ୍ତି ଭିତରେ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରଠାରୁ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦର୍ଶାଉଛି।
ବାଂଲାଦେଶରେ ପୁଣି ହିନ୍ଦୁ ଶିକ୍ଷକଙ୍କୁ ଟାର୍ଗେଟ, ଇସ୍ତଫା ଦେଲେ ହିନ୍ଦୁ ଅଧ୍ୟକ୍ଷ pic.twitter.com/2HFe3UGZC5
— Samaja Live (@samajalive) November 19, 2024
ସହିଦ ସ୍ମୃତି ଡିଗ୍ରୀ କଲେଜର ହିନ୍ଦୁ ଅଧ୍ୟକ୍ଷ ସେନା ଅଧିକାରୀଙ୍କ ଉପସ୍ଥିତିରେ କାଗଜପତ୍ରରେ ଦସ୍ତଖତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Comments are closed.