www.samajalive.in
Tuesday, December 9, 2025
26.1 C
Bhubaneswar

ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ

ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ। କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଖୁବଶୀଘ୍ର ପୁଟିନଙ୍କ ଗସ୍ତ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦୁଇ ଥର ଋଷ ଗସ୍ତ ପରେ ଏବେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ନେଇ ବିଶ୍ୱ ରାଜନୀତିରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେପଟେ ଆସନ୍ତା ବର୍ଷ ଋଷ-ଭାରତ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପୁଟିନ୍ ଭାରତ ଆସିପାରନ୍ତି ବୋଲିସମ୍ବାଦ ସରବରାହ ସଂସ୍ଥା ପିଟିଆଇ କହିଛି।

- Advertisement -

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଥର ରୁଷିଆ ଗସ୍ତ କରିଛନ୍ତି। ବ୍ରିକ୍ସ ଶିଖର ସମ୍ମିଳନୀପାଇଁ ସେ ଅକ୍ଟୋବର ୨୨ରେ ଋଷ ଯାଇଥିଲେ। ଏହା ପୂର୍ବରୁ ଜୁଲାଇ ମାସରେ ମୋଦି ଦୁଇ ଦିନ ପାଇଁ ଋଷ ଗସ୍ତ କରିଥିଲେ। ଏହାପରେ ସେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।

ଏହା ପୂର୍ବରୁ ୨୦୨୧ ଡିସେମ୍ବର ୬ ତାରିଖରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ଭାରତ ଗସ୍ତରେ ଆସିଥିଲେ। ସେ ମାତ୍ର ୪ ଘଣ୍ଟା ପାଇଁ ଭାରତ ଆସିଥିଲେ। ଏହି ସମୟରେ ଭାରତ ଓ ରୁଷ୍ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୨୫ ସୁଦ୍ଧା ଦୁଇ ଦେଶ ବାର୍ଷିକ ୩୦ ବିଲିୟନ ଡଲାର ବାଣିଜ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories