ଗୁରୁଡିଝାଟିଆ: ଅହିଂସା ପରମ ଧର୍ମ। ଏହି ବାର୍ତ୍ତାକୁ ଧରି ଜୈନ ସନ୍ୟାସୀମାନେ କଟକରୁ ଛତିଶଗଡ଼ ଅଭିମୁଖେ ପଦଯାତ୍ରା କରିଛନ୍ତି। କଟକରୁ ବାହାରିଥିବା ଏହି ପଦଯାତ୍ରା କଖଡି, ଧବଳେଶ୍ୱର, ଆଠଗଡ଼, ରେଢାଖୋଲ, ସମ୍ବଲପୁର, ସୋହେଲା ଦେଇ ମଧ୍ୟପ୍ରଦେଶରେ ପହଞ୍ଚିବ। ୫ଜଣ ଦିଗମ୍ବର ଜୈନ ସନ୍ୟାସୀ କଟକସ୍ଥିତ ଚୌଧୁରୀବଜାର ଜୈନ ମନ୍ଦିରରୁ ବାହାରି ଆଜି କଖଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସ୍ଥାନ କରିଛନ୍ତି। ଆସନ୍ତାକାଲି ଜୈନ ସନ୍ୟାସୀମାନେ ପଦଯାତ୍ରା ସକାଳୁ ଆରମ୍ଭ କରିବେ। କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାନ କରୁଥିବା ଜୈନ ସନ୍ୟାସୀନିମାନଙ୍କୁ କଖଡି ଗ୍ରାମ୍ୟ କମିଟି ସଭାପତି ସ୍ୱାଗତ କରିବା ସହିତ ଆଲୋଚନା କରିଥିଲେ।
Popular Categories



