ଗୁରୁଡିଝାଟିଆ: ଗୋବରା ସଂରକ୍ଷିିତ ଜଙ୍ଗଲ ଭିତରେ ଅନାଧିକାର ଭାବେ ପ୍ରବେଶ କରି ଏକ ଝରଣା ନିକଟରୁ ବାଲି ବୋଝେଇ କରିଥିବା ଟ୍ରାକ୍ଟରକୁ ବନ ବିଭାଗ ଜବତ କରିଛି। ବେଆଇନ ଭାବେ ଜଙ୍ଗଲ ମଧ୍ୟରୁ ବାଲି ବୋଝେଇ କରିବା ସଂପର୍କରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ସ୍ଥାନୀୟ ବନକର୍ମଚାରୀଙ୍କୁ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଫଳରେ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଚାଳକ ଗାଡି ଛାଡି ପଳାଇଥିଲେ। ବାଲି ବୋଝେଇ ଗାଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇ ଖୁଣ୍ଟୁଣୀସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି। ଗାଡିଟି କେଉଁଠିକାର ଓ ଗାଡିର ମାଲିକ ଗୋବରା ଗ୍ରାମର ବୋଲି ବନ ବିଭାଗ ଅଧିକାରୀ ଜାଣିବାକୁ ପାଇଛନ୍ତି। ପ୍ରକାଶଯୋଗ୍ୟ ୨ମାସ ପୂର୍ବରୁ ମଧ୍ୟ ଏକ ବାଇି ବୋଝେଇ ଗାଡିକୁ ବନବିଭାଗ ଜବତ କରିଥିଲା।



