www.samajalive.in
Saturday, December 13, 2025
21.1 C
Bhubaneswar

ଯାନ୍ତ୍ରିକ ତ୍ରୁଟି, ୮୦ ଘଣ୍ଟା ଅଟକି ରହିଲେ ଏୟାର ଇଣ୍ଡିଆର ୧୦୦ ଯାତ୍ରୀ

ଡେସ୍କ: ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦୦ରୁ ଅଧିକ ଯାତ୍ରୀ ଥାଇଲାଣ୍ଡର ଫୁକେଟରେ ୩ ଦିନ ଧରି ଫସି ରହିଥିଲେ। ଏହି ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣଙ୍କୁ ୮୦ ଘଣ୍ଟା ପରେ ଅର୍ଥାତ୍ ନଭେମ୍ବର ୧୯ରେ ଅନ୍ୟ ଏକ ବିମାନରେ ଭାରତ ପଠାଯାଇଥିଲା। ଫୁକେଟରେ ଏବେ ବି ୩୦ ଜଣ ଯାତ୍ରୀ ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଭାରତ ଅଣାଯିବ ବୋଲି ଏୟାର ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି।

ଗତ ନଭେମ୍ବର ୧୬ ତାରିଖରେ ଏୟାର ଇଣ୍ଡିଆର ବିମାନ ଏଆଇ-୩୭୭ ଫୁକେଟରୁ ଦିଲ୍ଲୀ ଆସୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ବାତିଲ କରାଯାଇଥିଲା। ଯାତ୍ରୀମାନେ ଏହି ଘଟଣା ସହ ଜଡିତ କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାତ୍ରୀଙ୍କ ଅସୁବିଧା ପାଇଁ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। ନଭେମ୍ବର ୧୬ ତାରିଖ ରାତିରେ ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ୬ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା।

- Advertisement -

ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଯାତ୍ରୀମାନଙ୍କୁ ବିମାନରେ ଚଢ଼ିବାକୁ କୁହାଯାଇଥିଲା, କିନ୍ତୁ ଘଣ୍ଟାଏ ପରେ ବିମାନକୁ ବାତିଲ କରାଯାଇଥିଲା। ଫଳରେ ବିମାନକୁ ୩ ଥର ସ୍ଥଗିତ ରଖାଯାଇଥିଲା। ଏହି ବିମାନ ମଧ୍ୟ ଥରେ ଉଡ଼ାଣ କରିଥିଲା, କିନ୍ତୁ ଅଢ଼େଇ ଘଣ୍ଟା ପରେ ଏହାକୁ ଫୁକେଟ ବିମାନବନ୍ଦରକୁ ଫେରାଇ ଦିଆଯାଇଥିଲା। ସେବେଠାରୁ ନଭେମ୍ବର ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ଫୁକେଟରେ ଫସି ରହିଥିଲେ। ଏଥିରେ ବୟସ୍କ ଓ ଶିଶୁ ମଧ୍ୟ ସାମିଲ ଥିଲେ।

ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଏୟାରଲାଇନ୍ସ କ୍ରୁ ସଦସ୍ୟମାନେ ସଠିକ୍ ସୂଚନା ଦେଇନଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନଙ୍କୁ ରହିବାକୁ ଦିଆଯାଇଛି ଏବଂ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ। ବର୍ତ୍ତମାନ ପ୍ରାୟ ୪୦ ଜଣ ଯାତ୍ରୀ ଫୁକେଟରେ ଅଛନ୍ତି, ଯେଉଁମାନଙ୍କୁ ବିଳମ୍ବିତ ରାତି ସୁଦ୍ଧା ଦିଲ୍ଲୀ ପଠାଯିବ।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories