www.samajalive.in
Friday, December 5, 2025
20.1 C
Bhubaneswar

ନିଖିଲ  ଭାରତ ସମବାୟ ସପ୍ତାହ,  ପ୍ରଥମ ସ୍ଥାନରେ ଅତାବିରା  ଦୁଗ୍ଧ ସମବାୟ ସମିତି  

ରେଙ୍ଗାଲିକ୍ୟାମ୍ପ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ  ଅନୁଷ୍ଠିତ  ଓଡ଼ିଶା ରାଜ୍ୟ  ସମବାୟ  ଦୁଗ୍ଧ  ସଂଘ  ତରଫରୁ   ଭୁବନେଶ୍ୱରର  ୭୧ ତମ ନିଖିଲ ଭାରତ ସମବାୟ  ସପ୍ତାହ  ୨୦୨୪ରେ ଅତାବିରା  ଦୁଗ୍ଧ ସମବାୟ ସମିତି ପ୍ରଥମ ସ୍ଥାନ  ଅଧିକାର କରିଥିବା ନେଇ ଅଞ୍ଚଳର ଦୁଗ୍ଧ ଚାଷୀ ମାନଙ୍କ ମଧ୍ୟରେ  ଖୁସିର ଲହରୀ ଖେଳିଯାଇଛି ।
ଏହି  ଅବସରରେ   ସୁରମା ପାଢ଼ୀ , ବାଚସ୍ପତି ଓଡ଼ିଶା  , ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ଓଡ଼ିଶା ରାଜ୍ୟ  ସମବାୟ ସମିତି ର ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ, ରେଜିଷ୍ଟାର   ପ୍ରଭୁ କଲ୍ୟାଣ ପଟ୍ଟନାୟକ, କମିଶନର ତଥା ସମ୍ପାଦକ   ରାଜେଶ ପ୍ରଭାକର ପାଟିଲ ,   ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ଅତାବିରା ଦୁଗ୍ଧ ସମବାୟ  ସମିତି ର ସଭାପତି ଦୟାନିଧି ପ୍ରଧାନ ଓ ସଂପାଦକ  ରବୀନ୍ଦ୍ର ପ୍ରଧାନ ଯୋଗ ଦେଇ ମୁଖ୍ୟ ଅତିଥି ଙ୍କ ଠାରୁ  ପୁରସ୍କାର  ଗ୍ରହଣ କରିଥିଲେ ।  ସମିତିର  ଉତ୍ତମ କାର୍ଯ୍ୟଦକ୍ଷତା    ଯୋଗୁଁ ଏହି ପୁରସ୍କାର ମିଳିଥିବା  ନେଇ ସମିତି  ର କର୍ମକର୍ତ୍ତା , ସଭ୍ୟ ଓ  ଦୁଗ୍ଧ ଚାଷୀ ମହଲରେ ଉତ୍ସାହ ସୃଷ୍ଟି ହୋଇଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories