www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ନପୂର୍ଣ୍ଣା ଥିଏଟର ପରିଚାଳକ ଶ୍ରୀମନ୍ତ ଦାସଙ୍କ ପରଲୋକ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅଧୀନ କାଣ୍ଡଗରଡ଼ି ଅଞ୍ଚଳର ଶ୍ରୀମନ୍ତ ଦାସଙ୍କ ୮୪ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ବର୍ଷ ଧରି ଅନ୍ନପୂର୍ଣ୍ଣା ଥିଏଟରରେ ସହପରିଚାଳକ ଏବଂ ପରିଚାଳକଭାବେ କାର୍ଯ୍ୟ ତୁଲାଉଥିଲେ ।

ଶ୍ରୀ ଦାସ ୧୯୬୬ମସିହାରେ ଚର୍ଚ୍ଚିତ ମଞ୍ଚ ଓ ସିନେ ଅଭିନେତ୍ରୀ କୁଞ୍ଜଲତା ଦାସଙ୍କୁ ବିବାହ କରିଥିଲେ । ଦେବଯାନୀ, ସିନ୍ଦୁରବିନ୍ଦୁ, ନରୋତ୍ତମ ଦାସ କହେ, ଅସତ ସହର, କାଚ କାଞ୍ଚନ, ଅନ୍ଧାରଗଳି, ଚଣ୍ଡାଳୁଣି, ତୋଳା କନିଆଁ, ଅପରାଜିତା, ଲକ୍ଷହୀରା, ବାଡୁଅ ଝିଅରେ ବାଡୁଅ ଝିଅ, ପର୍ଶୁରାମ, କିସ ପୁଣି ଦେଖା ନଯାଏ, କଂସାକବାଟ, ସୁନାପଞ୍ଜୁରୀ, ଇତିହାସର ଛାଇ, ମାୟାବିନୀ, ହରିଶ୍ଚନ୍ଦ୍ର, ଖଇକଉଡ଼ି, କାହାଣୀ ଦୁଇଟି ଆଖିର ପ୍ରଭୃତି ମଞ୍ଚ ନାଟକ ଏବଂ ଘରସଂସାର, ତଅପୋଇ, ହୀରା ମୋତି ମାଣିକ, କଣ୍ଢେଇ, ମାନିନି, ଫୁଲଚନ୍ଦନ ପ୍ରଭୃତି ଚଳଚିତ୍ରରେ ଅଭିନୟ କରିବା ସମୟରେ ଯଥେଷ୍ଟ ସହଯୋଗ କରୁଥିଲେ ସ୍ୱାମୀ ଶ୍ରୀମନ୍ତ ।

- Advertisement -

ନାଟ୍ୟ କଳାକୁ ଲୋକ ଲୋଚନକୁ ଆଣିବାକୁ ଶ୍ରୀମନ୍ତ ସଦାସର୍ବଦା ଉଦ୍ୟମ କରୁଥିଲେ । ଏପରିକି ଅଭିନେତ୍ରୀ ପତ୍ନୀ କୁଞ୍ଜଲତା ଦୂରାରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେବା ବେଳେ ସେ ପାଖେ ପାଖେ ଜଗି ରହୁଥିଲେ । କୁଞ୍ଜଲତା ଶଯ୍ୟାଶାୟୀ ଥିବା ଯୋଗୁ ତାଙ୍କ ପାଖରେ ବସି ରହିଥିଲେ ସ୍ୱାମୀ ଶ୍ରୀମନ୍ତ । ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ଶ୍ରୀମନ୍ତଙ୍କ ଦେହାନ୍ତ ଶୁଣି ବିଭିନ୍ନ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories