www.samajalive.in
Monday, December 8, 2025
17.1 C
Bhubaneswar

ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସୁତି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ଅଧିକାରୀ, କଟକ ଜିଲାପାଳ ଦତ୍ତତ୍ରେୟ ଭାଉ ସାହେବ ସିନ୍ଧେ, ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ଏୟାରପୋର୍ଟ ଅଥରିଟି, କଟକ ମୁନିସିପାଲ କର୍ପୋରେସନ୍‌ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆଜିର ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚଟି ଯେପରି ଜିଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା।

- Advertisement -

ବିଶେଷ ଭାବରେ ଖେଳାଳୀ ମାନଙ୍କର ରହଣି ବ୍ୟବସ୍ଥା, ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯିବ। ମ୍ୟାଚରେ ଯେପରି ଅଧିକରୁ ଅଧିକ ଦର୍ଶକମାନେ ଏକତ୍ରିତ ହୋଇ ମ୍ୟାଚ ଦେଖିପାରିବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏଥିସହିତ ମ୍ୟାଚର ଟିକେଟକୁ ଦର୍ଶକ ମାନଙ୍କ ପାଇଁ ସୁଲଭ ଦରରେ ବିକ୍ରୟ କରାଯିବା ସହିତ ଟିକେଟ ମୂଲ୍ୟ ସ୍ଥିର କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତା ୦୯ ଫେବୃଆରୀ, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମ୍ୟାଚଟି ଯେପରି ସୂଚାରୁ ରୂପେ ପରିଚାଳିତ ହେବ ସେଥିପାଇଁ ଆଗାମୀ ଦିନରେ ମଧ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡିଶା କ୍ରିକେଟ ଆସୋସିଏସନ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନେଇ ନିୟମିତ ଅନ୍ତରାଳରେ ପ୍ରସ୍ତୁତି ବୈଠକ କରାଯିବ।

ଏଥର ବିଶେଷ ଭାବରେ ମ୍ୟାଚର ଟିକେଟ ଯେପରି ସାଧାରଣ ବର୍ଗର ଦର୍ଶକମାନେ ସୁଲଭ ମୂଲ୍ୟରେ ପାଇପାରିବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ଏହାସହିତ ଟିକେଟ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ।

ଖେଳଳୀ ମାନଙ୍କର ରହଣି ବ୍ୟବସ୍ଥା ସହ ଉଭୟ ଦର୍ଶକ ଓ ଖେଳାଳୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଧ୍ୟାନ ଦିଆଯିବ। ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ ନିମନ୍ତେ ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ମ୍ୟାଚକୁ ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories