ମହାରାଷ୍ଟ୍ର ବିଧାନସଭା ନିର୍ବାଚନ – ଜିତିବା ଆଶାରେ ୪୧୩୬ ଜଣ ପ୍ରାର୍ଥୀ

ଡେସ୍କ: ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନରେ ଆସନ୍ତାକାଲି (ବୁଧବାର) ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ହେବାକୁ ଥିବା ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଶାସକ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମହାବିକାଶ ଆଘାଡି (ଏମଭିଏ) ମେଣ୍ଟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ ଆଶା ରଖିଛି। ମୋଟ ୪ ହଜାର ୧୩୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି, ଯେଉଁଥିରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଛି।

prayash

କଂଗ୍ରେସ ୧୦୧, ଶିବସେନା ୯୫ ଓ ଏନସିପି ୮୬ ଜଣଙ୍କୁ ପ୍ରାର୍ଥୀ କରିଛି। ବହୁଜନ ସମାଜ ପାର୍ଟି ଏବଂ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମିନ୍ (ଏଆଇଏମଆଇଏମ୍) ସମେତ ଛୋଟ ଛୋଟ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଏସପି ୨୩୭ ଏବଂ ଏଆଇଏମଆଇଏମ ୧୭ ଜଣଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।

ମହାରାଷ୍ଟ୍ରମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୫ ଲକ୍ଷ ପୋଲିଂ କର୍ମଚାରୀ ୧ ଲକ୍ଷ ୪ଶହ ୨୭ଟି ମତଦାନ କେନ୍ଦ୍ରରେ ନିୟୋଜିତ ରହିବେ। ସେହିପରି ମତଦାତାମାନେ ନିର୍ଭୟରେ ଭୋଟ୍ ଦେବା ପାଇଁ ୨ ଲକ୍ଷ ପୁଲିସ କର୍ମଚାରୀ ନିୟୋଜିତ ହେବେ।

kalyan agarbati

Comments are closed.