ମୋର୍ବି ଝୁଲା ପୋଲ ଘଟଣା ; ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ
ଗୁଜରାଟ : ଶନିବାର ଗୁଜରାଟ ମୋର୍ବିରେ ଝୁଲା ପୋଲ ଘଟଣାରେ ରାଜ୍ୟ ସରକାରଙ୍କ ଠାରୁୁ ରିପୋର୍ଟ ତଲବ କରିଛନ୍ତି ଗୁଜରାଟ ହାଇକୋର୍ଟ । ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରି ନୋଟିସ କଲେ ହାଇକୋର୍ଟ । ରାଜ୍ୟ ନଗର ଉନ୍ନୟନ ବିଭାଗ ଓ ମାନବାଧିକାର କମିଶନଙ୍କୁ ନୋଟିସ କରିଛନ୍ତି । ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ ।
ସୂଚନା ଅନୁଯାୟୀ ଅକ୍ଟୋବର ୩୦ରେ ମୋର୍ବି ଅଞ୍ଚଳରେ ଥିବା ଏହି ପୋଲ ଛିଣ୍ଡି ପଡିବା ଫଳରେ ୧୩୫ ଜଣଙ୍କ ଜୀବନ ଚାଲି ଯାଇଥିଲା ।
Comments are closed.