www.samajalive.in
Saturday, December 6, 2025
16.1 C
Bhubaneswar

ବିବାହ ବନ୍ଧନରେ ବାନ୍ଧି ହେଲେ ସଙ୍ଗୀତ ଜଗତର ଦୁଇ ତାରକା

ମୁମ୍ବାଇ: ନଭେମ୍ବର ୬, ୨୦୨୨ ବଲିଉଡ଼ ପାଇଁ ଏକ ସ୍ମରଣୀୟ ଦିନ। ଗୋଟିଏ ପଟେ ଆଲିଆ ଭଟ୍ଟ ଓ ରଣବୀର କପୁର ମାଆ-ବାପା ହୋଇଥିବା ବେଳେ ଅନ୍ୟ ପଟେ ସଙ୍ଗୀତ ଜଗତର ଦୁଇ ଚର୍ଚ୍ଚିତ ଚେହେରା ପଲକ ମୁଚ୍ଛଲ ଓ ମିଥୁନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପଲକ ଓ ମିଥୁନ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ପ୍ରଶଂସକ ଏହି ପ୍ରେମପକ୍ଷୀଙ୍କ ବିବାହ ଅପେକ୍ଷାରେ ଥିଲେ, ଆଉ ସେହି ଅପେକ୍ଷାର ଅନ୍ତ ଘଟାଇ ଦୁହେଁ ଏବେ ଦୁଇରୁ ଏକ ହୋଇଯାଇଛନ୍ତି। ବର-ବଧୂ ରୂପରେ ମିଥୁନ୍‌ ଓ ପଲକ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ପଲକ ମୁଚ୍ଛଲ ଇନ୍‌ଷ୍ଟାଗ୍ରାମରେ ବିବାହର କିଛି ଫଟୋ ଶେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି। ସାଧରଣ ଲୋକଙ୍କଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବାହାଘର ଫଟୋ ଶେୟାର କରି ପଲକ ଲେଖିଛନ୍ତି, ‘‘ଆଜି ଆମେ ଦୁହେଁ ଚୀରଦିନ ପାଇଁ ଏକ ହୋଇଗଲୁ’’। ଫଟୋରେ ଉଭୟ ହସୁଥିବା ନଜର ଆସିଛନ୍ତି। ବିବାହ ପରେ ପଲକ ଓ ମିଥୁନ ମୁମ୍ବାଇରେ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଛନ୍ତି। ଏଥିରେ ସଙ୍ଗୀତ ଜଗତର ତାରକାଙ୍କ ସମେତ ବଲିଉଡ଼ ଓ ଟିଭିର ଅନେକ କଳାକାରଙ୍କୁ ନିମନ୍ତ୍ରଣ କରିଛନ୍ତି।

- Advertisement -

 

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories