www.samajalive.in
Sunday, December 7, 2025
16.1 C
Bhubaneswar

ଅବ୍ୟବସ୍ଥାରେ ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରହିଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ୧୯୬୭ ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୭  ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷୟତ୍ରୀ ରହିଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ଚାଲୁଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ,ଖେଳ ପଡିଆ, ପାଣି ଟାଙ୍କି ଓ ହାତଧୁଆ ବେସିନ ଲଗାଯାଇ ହୋଇପାରୁନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେଉଛି । ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଗାଈଗୋରୁ ଆସି ପିଲାଙ୍କ ଖାଇବା ଥାଳିରେ ମୁହଁ ମାରି ଖାଇଦେଉଛନ୍ତି ।
ଯାହାଫଳରେ ଛାତ୍ରଛାତ୍ରୀ ଭୋକରେ ରହୁଥିବାରୁ ସେମାନଙ୍କୁ ବିସ୍କୁଟ ଦେଇ ଥିବା ଜଣାପଡୁଛି। ଏହି ବିଷୟରେ ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଲିଖିତ ଦେବା ପରେ ମଧ୍ୟ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟକୁ ଲାଗି ମୁଖ୍ୟ ରାସ୍ତା ରହିଛି । ଛାତ୍ର ଛାତ୍ରୀ ଖେଳୁଥିବା ବେଳେ ଯଦି ବାହାରକୁ ଚାଲି ଯାଆନ୍ତି ସେତେ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବେ ବୋଲି କହିଛନ୍ତି । ତୁରନ୍ତ ଉକ୍ତ ବିଦ୍ୟାଳୟକୁ ପାଣି ଟାଙ୍କି , ହାତଧୁଆ ବେସିନ ସହିତ ସୁରକ୍ଷା ପାଚେରୀ ନିର୍ମାଣ ବ୍ୟବସ୍ଥା କରିବା ପାଇଁ ଅଭିଯୋଗ କରିଛନ୍ତି ।
ଏସମ୍ପର୍କରେ ଅତିରିକ୍ତ ବ୍ଲକଶିକ୍ଷା ଅଧିକାରୀ  ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଲେ ପାଣି ଓ ପାଚେରୀ ନିର୍ମାଣ ବ୍ୟବସ୍ଥା ଶିକ୍ଷା ବିଭାଗ ଦ୍ଵାରା କରାଯିବାର ନାହିଁ । ତାହା ସମିତି ସହାୟତାରେ ପଞ୍ଚାୟତ ଦ୍ୱାରା କରାଯିବ। ବର୍ତ୍ତମାନ ଆମ ଦ୍ୱାରା ପଞ୍ଚାୟତକୁ କୁହାଯାଇଛି ବୋଲି କହିଛନ୍ତି । ଏସମ୍ପର୍କରେ ପଞ୍ଚାୟତ ଅଧିକାରୀ ସନ୍ତୋଷ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories