www.samajalive.in
Sunday, December 7, 2025
15.1 C
Bhubaneswar

ଲକ୍ଷ୍ମଣ ଗଛ : ବାସ୍ତୁ ଦୋଷ ଦୂର ସହ ଚୁମ୍ବକ ଭଳି ଘରକୁ ଟାଣେ ଟଙ୍କା

ଅଧିକାଂଶ ଲୋକେ ବହୁ ପରିଶ୍ରମ କରିବା ପରେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରେ ନାହିଁ । ଫଳରେ ସର୍ବଦା ଚିନ୍ତାଗ୍ରସ୍ତ ମଧ୍ୟ ରହିଥାଆନ୍ତି । ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସମସ୍ୟା ଦୂର ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି । ଧନ ପ୍ରାପ୍ତିର ଏଭଳି ହିଁ ଏକ ଉପାୟ ଲକ୍ଷ୍ମଣ ଗଛ ସହ ଜଡିତ । ଘରେ ଏହି ଗଛକୁ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବା ସହ ଆଶୀର୍ବାଦ ରହିଥାଏ । ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ତେବେ ଏହି ଗଛର ଚମକôାରୀ ଗୁଣ ବିଷୟରେ ଜାଣନ୍ତୁ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ବାସ୍ତୁ ଦୋଷ ଥିଲେ, ତେବେ ଫୁଲ କୁଣ୍ଡରେ ଏହି ଗଛ ଲଗାନ୍ତୁ । ଏହି ଗଛକୁ ଲଗାଇବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ନକରାତ୍ମକ ଶକ୍ତି ମଧ୍ୟ ଦୂର କରିଥାଏ ।
ଆର୍ଥିକ ସମସ୍ୟା ସହ ଧନ ଅଯଥା ଖର୍ଚ୍ଚ ହେଉଥିଲେ, ଟଙ୍କା ସଞ୍ଚୟ ହୋଇ ପାରୁ ନଥିଲେ, ଲକ୍ଷ୍ମଣ ଗଛ ଖୁବ ପ୍ରଭାବଶାଳୀ । ଏହି ଗଛ ଧନକୁ ଚୁମ୍ବକ ଭଳି ଟାଣିଥାଏ ବୋଲି କୁହାଯାଏ । ଘରେ ଏହି ଗଛ ଲଗାଇବା ଦ୍ୱାରା ଦ୍ରାରିଦ୍ର୍ୟତା ଦୂର ହୋଇ ଧନର ଆଗମନ ହୋଇଥାଏ । ପରିବାରରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ।
ଘରେ ସର୍ବଦା ଛୋଟ ଛୋଟ କଥାରେ କଳହ ହେଉଥିଲେ, ନକରାତ୍ମକ ଶକ୍ତି ପ୍ରଭାବ ରହୁଥିଲେ ଏହି ସମସ୍ୟା ଦୂର ପାଇଁ ଘରେ ଲକ୍ଷ୍ମଣ ଗଛ ନିଶ୍ଚୟ ଲଗାନ୍ତୁ । ଏହା ନକରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । କଳହ ମଧ୍ୟ ହୋଇନଥାଏ ।
ଭାଗ୍ୟରେ ସୁପରିବର୍ତ୍ତନ ପାଇଁ ଏହି ଗଛ ଖୁବ ଶୁଭଙ୍କର । ଭାଗ୍ୟ ଆପଣଙ୍କ ଉପରେ ଅସନ୍ତୋଷ ଥିବା ଭଳି ଅନୁଭବ ହେଉଥିଲେ, ଏହି ଗଛ ସଫଳତାର ଚାବି କାଠି ଭଳି କାମ କରେ ବୋଲି କୁହାଯାଇଛି । ତେଣୁ ସଫଳତା ସହ ସମସ୍ୟା ଦୂର ପାଇଁ ଘରେ ଏହି ଗଛ ଲଗାନ୍ତୁ ।
ବାସ୍ତୁ ଅନୁଯାୟୀ ଏହି ଗଛକୁ ଘର ବାଲକୋନିରେ ଉତ୍ତର-ପୂର୍ବ ଦିଗରେ ଲଗାଇବା ଖୁବ ଶୁଭଙ୍କର । ଏହାଦ୍ୱାରା ଖୁବ ଲାଭ ମିଳିଥାଏ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories