www.samajalive.in
Saturday, December 6, 2025
16.1 C
Bhubaneswar

ମାଓ କ୍ୟାମ୍ପ ଧ୍ବଂସ , ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ଥାନା ଅଞ୍ଚଳର ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମାଓ ଗତିବିଧି ଥିବା ଖବର ପାଇ ଉକ୍ତ ଏସଓଜି ଏବଂ ଡିଭିଏଫ୍ ଯବାନ ମିଳିତ ଭାବରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ୍ ସମୟରେ ମାଓ କ୍ୟାମ୍ପ ଠାବ କରି ଧ୍ୱଂସ କରିଥିବା ଜଣାପଡିଛି । ଯବାନଙ୍କୁ ଦେଖି ମାଓବାଦୀ ମାନେ କ୍ୟାମ୍ପ ଛାଡି ଜଙ୍ଗଲ ଭିତରକୁ ପଳାୟନ ଓ ସେଠାରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା କଳାହାଣ୍ଡି ଏସ ପି ଅଭିଳାଷ ଜୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ବୃଦ୍ଧି ପାଇବା ଓ ଏକ ମାଓ କ୍ୟାମ୍ପ ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ. ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଅଞ୍ଚଳରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନଙ୍କ ଦ୍ୱାରା ଗତ ୩ ତାରିଖ ରୁ କମ୍ବିଂ ଅପରେସନ୍‌ ଆରମ୍ଭ କରାଯାଇଥଲା । କନ୍ଧମାଳ ସୀମାନ୍ତରେ ଥିବା ମ.ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ଓ ମୋହନଗିରୀ ପଞ୍ଚାୟତର ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନେ କୁମ୍ବିଂ ଅପରେସନ୍ କରୁଥିବା ସମୟରେ ପଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲର କଲେସୁରଟାଙ୍ଗି ଗ୍ରାମ ନିକଟରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହିତ ସର୍ଚ୍ଚ ଅପରେସନ୍ କରିଥିଲେ ।
ସେଠାରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ଦେଖିବାକୁ ପାଇଥିଲେ । ଯବାନ ମାନଙ୍କୁ ଦେଖି କ୍ୟାମ୍ପ ଛାଡି ମାଓବାଦୀ ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଯବାନମାନେ ଉକ୍ତ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ । ଉକ୍ତ କ୍ୟାମ୍ପରୁ ତଲାସି କରିବା ସମୟରେ କମ୍ବଳ ,କାନଫୁଲ ,ଆଖି ଡ୍ରପ ଔଷଧ ,ବିଦ୍ୟୁତ ତାର ,ରେଡ଼ିଓ ଆଦି ସହିତ ବହୁ ମାଓ ସାମଗ୍ରୀ ଓ ମାଓପୁସ୍ତିକା ଜବତ୍ କରାଯାଇଥିଲେ ।  ଏହି କ୍ୟାମ୍ପରେ ପୁରୁଷ ମାଓବାଦୀଙ୍କ ସହିତ କିଛି ମହିଳା ମାଓବାଦୀ ଥିବା ଜଣାପଡିଛି । ଏହି ମାଓ କ୍ୟାମ୍ପ କଳାହାଣ୍ଡି କେ.କେ.ବି. ଏନ୍ ଡିଭିଜନ ଦ୍ଵାରା ପରିଚାଳିତ ହେଉଥିବା ପୁଲିସ ଜାଣିବାକୁ ପାଇଛି । ଉକ୍ତ ଅଞ୍ଚଳ ଓ ତାର ଆଖପାଖ ଜଙ୍ଗଲକୁ ଯବାନମାନେ ଘେରାଉ କରି ରଖିବା ସହିତ ସର୍ଚ୍ଚ ଅପରେସନ୍ ଏବଂ କୁମ୍ବିଂ ଅପରେସନ୍ ଜୋରଦାର ଚାଲିଥିବା ଏସ୍‌ପି ଅଭିଳାଷ ଜୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories