ସାଧାରଣତନ୍ତ୍ର ଦିବସ ବିଶେଷ : ଜାଣନ୍ତୁ କିପରି ହୁଏ ସମ୍ବିଧାନ ସଂଶୋଧନ
ସମ୍ବିଧାନ ସଂଶୋଧନର ପ୍ରସ୍ତାବ ସଂସଦରୁ ଆରମ୍ଭ ହୋଇଥାଏ।
ଯେଉଁଠି ଏହାକୁ ଏକ ବିଧେୟକ ବା ବିଲ୍ ରୂପରେ ଉପସ୍ଥାପନ କରାଯାଏ।
ତା’ପରେ ଏହାକୁ ସଂସଦର ପ୍ରତ୍ୟେକ ସଦନ ଦ୍ୱାରା ଅନୁମୋଦିତ କରିବା ଆବଶ୍ୟକ ହୋଇଥାଏ।
ପ୍ରତ୍ୟେକ ସଦନରେ ଏହାକୁ ଉପସ୍ଥିତ ସାଂସଦମାନଙ୍କର ଦୁଇ ତୃତୀୟାଂଶ ବହୁମତ ଓ ମତଦାନ ପ୍ରାପ୍ତ ହେବା ଆବଶ୍ୟକ ହୋଇଥାଏ।
ଏଥିସହିତ ସମସ୍ତ ସଦସ୍ୟ(ଉପସ୍ଥିତ ବା ଅନୁପସ୍ଥିତ)ମାନଙ୍କ ସାଧାରଣ ବହୁମତ ପ୍ରାପ୍ତ ହେବା ଦରକାର।
ଏହାପରେ ବିଶିଷ୍ଟ ସଂଶୋଧନକୁ ଅତି କମରେ ଅଧା ରାଜ୍ୟର ବିଧାନମଣ୍ଡଳ ଦ୍ୱାରା ମଧ୍ୟ ଅନୁମୋଦିତ କରିବା ଆବଶ୍ୟକ।
ଏସମସ୍ତ ପ୍ରକ୍ରିୟା ପୂରା ହେବା ପରେ, ସଂଶୋଧନ ପାଇଁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପ୍ରାପ୍ତ କରାଯାଏ।
ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର