www.samajalive.in
Tuesday, December 9, 2025
15.1 C
Bhubaneswar

ପୁରୁଷ ଦର୍ଜି ନେଇପାରିବେନି ମହିଳାଙ୍କ ମାପ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବାକୁୁ ରାଜ୍ୟ ମହିଳା କମିସନ ଏକାଧିକ ସୁପାରିସ କରିଛନ୍ତି। ପୁରୁଷ ଦରଜିମାନେ ଏଣିକି ମହିଳାଙ୍କ ପୋଷାକ ମାପ ନେଇପାରିବେନି କିମ୍ବା ପୁରୁଷ ବାରିକ ମହିଳାଙ୍କ କେଶ କାଟିପାରିବେନି ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ମହିଳାଙ୍କ ପୋଷାକ ମାପ ନେବା ସମୟରେ କେତେକ ପୁରୁଷ ଦରଜି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ତେଣୁ ସମସ୍ୟାର ସମାଧାନ ଦିଗରେ ଏଭଳି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ୟୁପି ମହିଳା କମିସନ ଅଧ୍ୟକ୍ଷା ବବିତା ଚୌହ୍ବାନ କହିଛନ୍ତି। ଅପରପକ୍ଷରେ ଜିମନାସିୟମଗୁଡିକରେ ମହିଳାଙ୍କ ପାଇଁ କେବଳ ମହିଳା ଟ୍ରେନର ନିଯୁକ୍ତ କରାଯିବ। ଯଦି କୌଣସି ମହିଳା ପୁରୁଷ ଟ୍ରେନରଙ୍କ ତତ୍ତ୍ବାବଧାନରେ ରହିବାକୁ ଚାହିଁବେ, ତେବେ ସଂପୃକ୍ତ ମହିଳାଙ୍କୁ ଏ ବାବଦରେ ଲିଖିତ ସ୍ବୀକାରୋକ୍ତି ଦେବାକୁ ପଡିବ। ଜିମନାସିୟମରେ ନିର୍ଯାତନା ମିଳୁଛି ବୋଲି ଏକାଧିକ ମହିଳା ଇତିମଧ୍ୟରେ କମିସନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ବବିତା କହିଛନ୍ତି। ଦରଜି ଦୋକାନରେ ମହିଳାଙ୍କ ପୋଷାକ ମାପ ନେବାକୁ ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦିଆଯିବା ଉପରେ କମିସନ ଗୁରୁତ୍ବାରୋପ କରିଛନ୍ତି। ଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ରେ ମହିଳା କର୍ମଚାରୀ ରହିବା ଜରୁରୀ ବୋଲି ପ୍ରସ୍ତାବ ଦିଆଯାଇଛି। ପ୍ରତ୍ୟେକ କୋଚିଂ ସେଣ୍ଟରରେ ସିସିଟିଭି ଖଞ୍ଜିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories