www.samajalive.in
Tuesday, December 9, 2025
15.1 C
Bhubaneswar

୩୦ ବିମାନକୁ ବୋମା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ବିଗତ ଦୁଇ ସପ୍ତାହ ଧରି ଭାରତର ବିଭିନ୍ନ ଏୟାରଲାଇନ୍ସ ବିମାନକୁ ବୋମା ଧମକ ମିଳିବାରେ ଲାଗିଛି। ଏହାକୁ ନେଇ ସଂପୃକ୍ତ ଏୟାରଲାଇନ୍ସ, ଯାତ୍ରୀ ଓ ସରକାର ବିବ୍ରତ ହୋଇପଡୁଥିବାବେଳେ ଅଭିଯୁକ୍ତକୁ ଧରିବା ଏକପ୍ରକାର କଷ୍ଟକର ହୋଇପଡିଛି। ଅବଶ୍ୟ ଇତିମଧ୍ୟରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ସେମାନେ କେବଳ ଗୋଟିଏ ଲେଖାଏଁ ବିମାନକୁ ବୋମା ଧମକ ଦେଇଥିବା ସ୍ବୀକାର କରିଛନ୍ତି। ତେବେ ମହାରାଷ୍ଟ୍ର ପୁଲିସ ଗୁରୁବାର ନାଗପୁରରୁ ଜଣେ ବ୍ୟକ୍ତିକୁ ଗିରଫ କରିଥିବାବେଳେ ସେ ୩୦ଟି ବିମାନକୁ ବୋମା ଧମକ ଦେଇଥିବା ପ୍ରାଥମିକ ଅନୁୁସନ୍ଧାନରୁ ଜଣାପଡିଛି। ଅକ୍ଟୋବର ୨୫ରୁ ୩୦ ମଧ୍ୟରେ ଶ୍ରୀରାମ ଉଇକି ନାମକ ଏହି ବ୍ୟକ୍ତିଜଣକ ୩୦ଟି ବିମାନକୁ ବୋମା ଧମକ ଦେଇଥିବା ସ୍ବୀକାର କରିଛି। କେବଳ ବିମାନ ନୁହେଁ ଅଭିଯୁକ୍ତ ଜଣକ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଧମକ ଦେଇଥିବା ଜଣାପଡିଛି। ଅକ୍ଟୋବର ୨୧ରେ ଶ୍ରୀରାମ ପଠାଇଥିବା ଇ-ମେଲ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ଯେ ଆତଙ୍କବାଦୀମାନେ ୬ଟି ବିମାନବନ୍ଦରକୁ ବୋମା ଜରିଆରେ ଉଡାଇବାଦେବାକୁ ଏବଂ ବିଭିନ୍ନ ଏୟାରଲାଇନ୍ସର ୩୧ଟି ବିମାନକୁ ଉଡାଇ ଦେବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି। ଗୁରୁବାର କେରଳ ପୁଲିସ ଏହି ପ୍ରସଙ୍ଗରେ ପାଲାକାଡ୍‌ ଜିଲାରୁ ମହମ୍ମଦ ଇଜାଜ୍‌ ନାମକ ଜଣେ ୨୬ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି। ଆବୁଧାବି ଯାତ୍ରା କରୁୁଥିବା ଏୟାର ଆରବିୟାନ୍‌ ଏୟାରଲାଇନ୍ସର ଏକ ବିମାନକୁ ଇଜାଜ୍‌ ବୋମା ଧମକ ଦେଇଥିବା ଅଭିଯୋଗ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories