www.samajalive.in
Wednesday, December 10, 2025
17.1 C
Bhubaneswar

ଡେମଚୋକ୍‌ରେ ମିଳିତ ପାଟ୍ରୋଲିଂ ଆରମ୍ଭ

ନୂଆଦିଲ୍ଲୀ : ଦୀପାବଳି ଅବସରରେ ଗୁରୁବାର ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଅନ୍ତର୍ଗତ କେକେ ପାସ୍‌ ନିକଟରେ ଭାରତ ଓ ଚୀନ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଛି। ଲଦାଖ୍‌ର ଦେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ ଭାରତ ଓ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ସେନା ଶିବିର ଉଠାଇ ନେବା ପରେ ଏଠାରେ ଶାନ୍ତି ଫେରିଛି। ଅକ୍ଟୋବର ୩୦ରେ ଏହି ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ସୈନ୍ୟ ପ୍ରତ୍ୟାହାର ସ୍ପଷ୍ଟ ହେବା ପରେ ଦୀପାବଳି ପାଇଁ ଉଭୟ ପକ୍ଷ ମଧ୍ୟରେ ମିଠା ଦିଆନିଆର ବ୍ୟବସ୍ଥା କରାଯାଇଥିଲା। ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗୁରୁବାର ରାଜନାଥ ଅରୁଣାଚଳ ସୀମାରେ ଯବାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଥିଲେ। ଗୁରୁବାର ମିଠା ଦିଆନିଆ ପରେ ଶୁକ୍ରବାର (ନଭେମ୍ବର ୧) ଠାରୁ ସୀମାରେ ଦୁଇଦେଶର ସେନା ମିଳିତ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଡେମ୍‌ଚୋକ ସେକ୍ଟରରେ ଉଭୟ ସୈନ୍ୟ ମିିଳିତ ପାଟ୍ରେଲିଂ ଆରମ୍ଭ କରିଛନ୍ତି। ଡେପ୍‌ସାଙ୍ଗ ସେକ୍ଟରରେ ମିଳିତ ପାଟ୍ରୋଲିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଦୀର୍ଘ ଦିନର କଥାବାର୍ତ୍ତା ପରେ ଅକ୍ଟୋବର ୨୧ରେ ଉଭୟ ଦେଶ ମଧ୍ୟରେ ବୁଝାମଣା ପରେ ଏଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା। ୧୯୬୨ ଯୁଦ୍ଧ ପରଠାରୁ ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ ବ୍ୟାପିଥିବା ୩୪୮୮ କିମି ଲମ୍ବ ଭାରତ-ଚୀନ୍‌ ସୀମାରେ ବାରମ୍ବାର ଉତ୍ତେଜନା ଦେଖିବାକୁ ମିଳୁଛି। ତେବେ ୨୦୨୦ ଜୁନରେ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହାତାହାତି ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ୍‌ ମଧ୍ୟ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା। ଏହାପରଠାରୁ ଲଦାଖ୍‌ରେ ଚୀନ୍‌ ନିଜର ସାମରିକ ସ୍ଥିତି ସୁଦୃଢ କରିବାରେ ଲାଗିପଡିଥିଲା। ଭାରତ ପକ୍ଷରୁ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦୁଇପକ୍ଷ ଏହି ବିବାଦୀୟ ସ୍ଥଳରେ ସଂଖ୍ୟାଧିକ ସୈନ୍ୟ, ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନ ମୁତୟନ କରିଥିଲେ। ଅତିକମରେ ୬ଟି ସ୍ଥାନରେ ଦୁଇପକ୍ଷରୁ ସେନା ସବୁବେଳେ ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ଶେଷରେ କୂଟନୈତିକ ଓ ସାମରିକସ୍ତରରେ ଏକାଧିକ ବୈଠକର ସୁଫଳ ସ୍ବରୂପ ଉକ୍ତ ଅଞ୍ଚଳରୁ ସେନା ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି। ଏହା ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories