www.samajalive.in
Sunday, December 7, 2025
23.1 C
Bhubaneswar

ପାରାଦୀପର ୨୮୦କିମି ଦୂରରେ ଦାନା: ଉପକୂଳ ଓଡିଶାରେ ବର୍ଷା ଜାରି

ଭୁବନେଶ୍ବର : ‘ଦାନା’ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ବୁଧବାର ରାତିରେ ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ। ଦାନା  କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହେଉଛି।  ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣ ପୂର୍ବକୁ ୨୮୦ କିମି ଦୂରରେ ରହିଥିବାବେଳେ ଧାମରାର ଦକ୍ଷିଣ ଦକ୍ଷିଣ ପୂର୍ବର ୩୧୦ କିମି ଦୂରରେ ଅବସ୍ଥିତି ରହିଛି।  ଭିତର କନିକା ଓ ଧାମରା ପାଖରେ ଆଜି ମଧ୍ୟ ରାତ୍ରି ଓ ସକାଳ ମଧ୍ୟରେ ଲ୍ୟାଣ୍ତଫଲ କରିବା ନେଇ ଆକଳନ କରାଯାଇଛି। ତେବେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବା ନେଇ ସୂଚନା ମିଳିଛି। ସ୍ଥଳବିଶେଷରେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୨୦କି.ମି. ରହିବ। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ସେପଟେ ଲ୍ୟାଣ୍ଡଫଲ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଧାମରାରେ ଝିପଝିପ ବର୍ଷା ହେଉଥିବାବେଳେ ପବନର ବେଗ କ୍ରମଶଃ ବଢିବାରେ ଲାଗିଛି। କେନ୍ଦ୍ରାପଡା ଭିତରକନିକାରେ ମଧ୍ୟ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଧାମରା ବନ୍ଦରରେ ୪ନଂ ବିପଦ ସଙ୍କେତ ଜାରି କରାଯାଇ ଥିବାବେଳେ ଚାନ୍ଦବାଲି-ପୁରୀ ବନ୍ଦରକୁ ୧୦ନଂ ବିପଦ ସଙ୍କେତ ଦିଆଯାଇଛି। ସେହିପରି ଗୋପାଳପୁର ବନ୍ଦରକୁ ୮ନଂ ବିପଦ ସଙ୍କେତ ଜାରି ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories