ବଣୁଆ ହାତୀ ଉପଦ୍ରବରେ କଦଳୀ ବାଡି ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲାରେ ବଣୁଆ ହାତୀ ଉପଦ୍ରବ ଥମିବାର ନାମ ନେଉ ନାହିଁ। ସୋମବାର ବିଳମ୍ବିତ ରାତ୍ରିରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ସାଧୁପଡ଼ା ନିବାସୀ ସନ୍ତୋଷିନୀ ଭୋଇ ଙ୍କ କଦଳୀ ବାଡିକୁ ବଣୁଆ ହାତୀ ପଲ ଆସି ବ୍ୟାପକ କ୍ଷୟକ୍ଷତି କରି ନଷ୍ଟ କରି ଦେଇଛନ୍ତି। ବିଗତ କିଛି ଦିନ ହେବ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଜାରି ରହିଥିବା ବେଲେ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ହାତୀ ଦିନ ସମୟରେ ମଧ୍ୟ ଜନବସତି ଅଞ୍ଚଳକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ଜନ ଅସନ୍ତୋଷ ଲାଗି ରହିଛି।

kalyan agarbati

Comments are closed.