୨ ଦିନ ପରେ ରାଜ୍ୟରେ ବଢିବ ଶୀତ: ଆଜି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ରାତିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧୩ ଡିଗ୍ରୀ ନୟାଗଡ଼ରେ ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିର ପଡ଼ିଆରେ ସବୁଠୁ ଅଧିକ ୫୦ ମି.ମି. ବର୍ଷା ହୋଇଥିଲା। ମାଲକାନଗିରିରେ ୩୯.୨ ମି.ମି ସହ ଜିଲାରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଜି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

Comments are closed.