ଭୂକମ୍ପରେ ଥରିଲା ତେଲଙ୍ଗାନା,ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ହାଇଦ୍ରାବାଦ ଓ ଛତିଶଗଡ..
ନୂଆଦିଲ୍ଲୀ : ତେଲଙ୍ଗାନାରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଝଟକା ଖୁବ୍ ଜୋରରେ ଥିବାରୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର. ହାଇଦ୍ରାବାଦ ଓ ଛତିଶଗଡର କେତେକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ସକାଳେ ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ତେଲଙ୍ଗାନାର ମୁଲୁଗୁ ଜିଲାରେ ଭୂକମ୍ପର ଝଟକା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି । ସକାଳ ୭ଟା ୨୭ରେ ଝଟକା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ର ଭୂମି ଠାରୁ ୪୦ କିଲୋମିଟର ଗଭୀର ଥିଲା । ଏଥିରେ ଧନ ଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।
ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..
ଏହି ତାରିଖରୁ ବଦଳିବ ଓଟିପି, ମେସେଜ ନିୟମ; ସ୍ପାମ୍, ଠକେଇରୁ ମିଳିବ ମୁକ୍ତି..
Comments are closed.