www.samajalive.in
Saturday, December 6, 2025
14.1 C
Bhubaneswar

ଏହି ତାରିଖରୁ ବଦଳିବ ଓଟିପି, ମେସେଜ ନିୟମ; ସ୍ପାମ୍‌, ଠକେଇରୁ ମିଳିବ ମୁକ୍ତି..

ନୂଆଦିଲ୍ଲୀ : ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସାଇବର ଠକେଇ ଓ ସ୍ପାମ୍‌ କଲ୍‌କୁ ରୋକିବାକୁ ନୂଆ ନିୟମ ଲାଗୁ କରାଯାଉଛି । ଟ୍ରାଇ ଦ୍ୱାରା ଲାଗୁ କରାଯାଉଥିବା ଏହି ନିୟମର ନାମ ମେସେଜ ଟ୍ରେସେବିଲଟି (message traceability)।
ଓଟିପି ସହ ଜଡିତ ନିୟମ ଓ ଏହି ନୂଆ ନିୟମ ଆଗାମୀ ଦିନରେ ଲାଗୁ ହେବାକୁ ଯାଉଛି। ଏହାକୁ ନେଇ ଅଗଷ୍ଟ ୨୮ରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଡିସେମ୍ବର ୧ରେ ଏହାକୁ ଲାଗୁ କରାଯିବାକୁ ଥିବା ବେଳେ ଏହାକୁ ଆଗକୁ ବୃଦ୍ଧି କରାଯାଇଛି।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

- Advertisement -

ଟ୍ରାଇ ନିଜର ଅଫିସିଆଲ୍‌ ୱେବସାଇଟ୍‌ରେ ୩୦ ନଭେମ୍ବର ୨୦୨୪ରେ ଜାରି କରିଥିବା ଅଫିସିଆଲ୍‌ ନୋଟିଫିକେସନ୍‌ ଅନୁଯାୟୀ, ଏହି ମେସେଜ ଟେସେବିଲିଟିର ନିୟମ ଡିସେମ୍ବର ୧୧ ତାରିଖରୁ ଲାଗୁ କରାଯିବ ।
୧୧ ଡିସେମ୍ବର ୨୦୨୪ରୁ ଯେକୌଣସି ମେସେଜ୍‌, ଯାହା ଟେଲିମାର୍କେଟର୍ସର ସିରିଜ୍‌ ନୁହେଁ କିମ୍ବା ସେହି ମେସେଜ୍‌ ପୂର୍ବ ନିର୍ଦ୍ଧାରିତ ସିରିଜ୍‌ ସହ ମେଳ ଖାଉ ନାହିଁ, ତେବେ ତାହା ଗ୍ରହଣୀୟ ହେବ ନାହିଁ ।

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

ବିଭିନ୍ନ ସଂସ୍ଥା ଓ ଟେଲି ମାର୍କେଟର୍ସକୁ ପରାମର୍ଶ ଦିଆଯାଇଛି ଯେ, ପ୍ରାଥମିକତା ଅନୁଯାୟୀ, ନମ୍ବର ସିରିଜ୍‌ର ଘୋଷଣାରେ ଦ୍ରୁତ ଗତିରେ ବୃଦ୍ଧି କରାଯାଉ ।
ଅନେକ ସାଇବର ଠକ ଠକେଇ କରିବା ପାଇଁ ନିଜକୁ ବ୍ୟାଙ୍କର ଅଧିକାରୀ ସହ ଟେଲିମାର୍କେଟର୍ସ କହି ଥାଆନ୍ତି । ଏହାପରେ ନକଲି ଓଟିପି, ଲିଙ୍କ୍‌ ପଠାଇ ଠକେଇ କରି ଥାଆନ୍ତି ।
ଏହାସହ ନକଲି ମେସେଜ ମଧ୍ୟ ପଠାଇବା ସହ ଭିନ୍ନ ଭିନ୍ନ ଶୈଳୀ ଆପଣାଇ ଥାଆନ୍ତି । ଏହି ନୂଆ ନିୟମ ଲାଗୁ ହେବା ପରେ ଏସବୁ ଠକେଇ ଉପରେ ରୋକ୍‌ ଲଗାଯାଇପାରିବ ।

୮୪ ଦିନ ପାଇଁ.. ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଅନେକ ସୁବିଧା

ଦେଖନ୍ତୁ ଭିଡିଓ; ନାଗସାପ-କୁକୁର ମୁହାଁମୁହିଁ, ଆଉ ତା’ପରେ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories