www.samajalive.in
Monday, December 8, 2025
20.1 C
Bhubaneswar

ଡିସେମ୍ବର ୧୮ରୁ ଗୋନାସିକା କେନ୍ଦୁଝର ମହୋତ୍ସବ, ୧୦ଦିନଧରି ଆୟୋଜିତ ହେବ ଆଞ୍ଚଳିକ ସରସ ମେଳା

କେନ୍ଦୁଝରଗଡ଼: ଡିସେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଜିଲା ପ୍ରଶାସନ ଆନୁକୂଲ୍ୟରେ ଷ୍ଟାଡିୟମ ପଡ଼ିଆରେ ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ ଆୟୋଜିତ ହେବ ବୋଲି ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି। ଏଥିସହ ଡିସେମ୍ବର ୧୮ରୁ ୨୭ ତାରିଖ ୧୦ଦିନବ୍ୟାପୀ କାଳୀପଡ଼ିଆରେ ଆଞ୍ଚଳିକ ସରସ ମେଳା ଆୟୋଜନ ନିମନ୍ତେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଶ୍ରୀ ନାଏକ କହିଛନ୍ତି।  ଜିଲାପାଳ ତଥା ଜିଲା ମହୋତ୍ସବ କମିଟି ଅଧ୍ୟକ୍ଷ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୮ ତାରିଖରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାପରେ ବିଭିନ୍ନ କମିଟି ଗଠନ କରାଯାଇ ସୋମବାର ମହୋତ୍ସବ ଓ ମେଳା ଆୟୋଜନ ନିମନ୍ତେ ଚୂଡାନ୍ତ ଦିନ ଧାର୍ଯ୍ୟ ହୋଇଛି। ମହୋତ୍ସବକୁ ଅଧିକ ଚଳଚଞ୍ଚଳ କରିବା ଲକ୍ଷ୍ୟରେ ମହୋତ୍ସାବ ପୂର୍ବଦିନ ଅର୍ଥାତ୍‌‌ ଡିସେମ୍ବର ୧୭ରେ ଏକ ମିନି ମାରାଥନ ଆୟୋଜନ ଚୂଡାନ୍ତ ହୋଇଛି। ମହୋତ୍ସବ ଦିନ ଗୋନାସିକାସ୍ଥିତ ପବିତ୍ର ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଏବଂ ବ୍ରହ୍ମେଶ୍ୱର ମନ୍ଦିର, ଘଟଗାଁ ମା’ତାରିଣୀ ମନ୍ଦିର, ଆନନ୍ଦପୁର ଉପଖଣ୍ଡ ସଦର ମହକୁମାସ୍ଥ ଦଧିବାମନଜୀଉ ମନ୍ଦିର, ଚମ୍ପୁଆ ଉପଖଣ୍ଡ ସଦର ମହକୁମାସ୍ଥ ଚନ୍ଦ୍ରଶେଖର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ଜିଲା ସଦର ମହକୁମାରେ ପହଞ୍ଚିବା ପରେ କେନ୍ଦୁଝରର ରାଷ୍ଟ୍ରଦେବ ପ୍ରଭୁ ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ମହୋତ୍ସବସ୍ଥଳକୁ ପାଛୋଟି ଅଣାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ମହୋତ୍ସବ ୫ଦିନ ମଧ୍ୟରେ ଜିଲାପାଳ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ କ୍ରିକେଟ୍‌‌ ମ୍ୟାଚ୍‌‌ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି। ୫ଦିନଧରି ଅନୁଷ୍ଠିତ ହେବାକୁଥିବା ଏହି ମହୋତ୍ସବର ପ୍ରତି ସନ୍ଧ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ ତାରକା କଳାକାରଙ୍କ କଳାଭିନୟ ସାଙ୍ଗକୁ ଜିଲାର ଲୋକକଳା ପ୍ରଦର୍ଶନ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ। ଏତଦ୍‌‌ବ୍ୟତୀତ ଖାଦ୍ୟମେଳା, କବି ସମ୍ମିଳନୀ, ପୁସ୍ତକମେଳା, ପୁଷ୍ପ ପ୍ରଦର୍ଶନୀ ଆୟୋଜନ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବ। ଆଞ୍ଚଳିକ ସରସ ମେଳାରେ ବିଭିନ୍ନ ରାଜ୍ୟ ତଥା ଜିଲାର ଶିଳ୍ପୀ, କାରିଗର ଅଂଶଗ୍ରହଣ କରିବାକୁ ଥିବାରୁ ଚଳିତବର୍ଷ ୩୦୦ରୁ ଅଧିକ ଷ୍ଟଲ ମେଳାରେ ସ୍ଥାନ ପାଇବ ବୋଲି ସୂଚନା ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories