www.samajalive.in
Monday, December 8, 2025
14.1 C
Bhubaneswar

ମାଟି ତଳେ ବାପା ପୋତିଥିଲେ ଗୁପ୍ତଧନ, ମୃତ୍ୟୁ ପରେ ଉଇ ଖିଆ ଟଙ୍କା ପାଇଲେ ପରିବାର

ନାରାୟଣପାଟଣା: ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ମାଟି ତଳୁ ଗୁପ୍ତଧନ ମିଳିଛି। ଏପରି ଘଟଣା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବୋରିଗି ପଞ୍ଚାୟତ କେଲୁବାଡ଼ି ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଗାଁର ସୀତାରାମ ମେଲେକା(୭୦)ଙ୍କ କୌଣସି କାରଣରୁ ସୋମବାର ପରଲୋକ ହୋଇଥିଲା। ପୂର୍ବରୁ ସେ କଷ୍ଟ ଉପାର୍ଜିତ ଟଙ୍କା ଗଛମୂଳ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କୁ ଡାକି ସେ ରଖିଥିବା ଗୁପ୍ତଧନ ସମ୍ପର୍କରେ କହିଥିଲେ।

ଏହାର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାର ପରେ ପରିବାର ଲୋକେ ଗଛମୂଳରେ ମାଟି ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଛନ୍ତି। ସେହି ଟଙ୍କା ଉଈ ଖାଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଆଉ କିଛି ଟଙ୍କା ଓ ସୁନା କେଉଁ ସ୍ଥାନରେ ରହିଛି ସେ ନେଇ ପରିବାର ଲୋକେ ଖୋଜୁଛନ୍ତି। ସୀତାରାମ ୧୨ ବର୍ଷର ପରିଶ୍ରମ ଟଙ୍କା ଗୁପ୍ତ ଭାବେ ରଖିଥିଲେ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ସୀତାରାମଙ୍କ ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ୩ ପୁଅ ଓ ଗୋଟିଏ ଝିଅର ବାହାଘର ହୋଇସାରିଛି। ସମସ୍ତେ ଗ୍ରାମରେ ରହୁଥିଲେ।

- Advertisement -

ସୀତାରାମ ଓ ତାଙ୍କ ସ୍ତ୍ରୀ ସମି ମେଲେକା ଗାଁଠାରୁ ଦୁଇ କିଲୋମିଟର ଦୂର ପାହାଡ଼ିଆ ଜଙ୍ଗଲ ଅଞ୍ଚଳରେ ଥିବା ନିଜ ଜମିରେ କୁଡ଼ିଆ କରି ରହୁଥିଲେ। ୧୨ ବର୍ଷ ହେବ ଚାଷବାସ କରି ଚଳି ଆସୁଥିଲେ। ଗତକାଲି ସୀତାରାମ ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକଙ୍କୁ ଡାକି ସେ ପୋତିଥିବା ଟଙ୍କା ସମ୍ପର୍କରେ କହିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ନାତି ଉକ୍ତ ଟଙ୍କାକୁ ଖୋଜି ମାଟି ତଳୁ ପାଇଥିଲେ। ପରେ ଅନ୍ୟ ସମସ୍ତ ସଦସ୍ୟ ଆଉ କିଛି ସୁନା ଓ ଟଙ୍କା ରହିଥିବା ସନ୍ଦେହ କରି ଖୋଜିବା ଆରମ୍ଭ କରିଥିଲେ।

ଏହି ଟଙ୍କା ସମ୍ପର୍କରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସୀତାରାମ କେବେ କହି ନ ଥିଲେ। ଉଦ୍ଧାର ନୂଆ ୫୦୦ ଟଙ୍କିଆ, ନୂଆ ଓ ପୁରୁଣା ୧୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଓ ୧୦ ଟଙ୍କିଆ ନୋଟ ରହିଛି। ସମସ୍ତ ଟଙ୍କା ମାଟିରେ ଉଈ ଖାଇ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ସଞ୍ଚୟ ଟଙ୍କା ସୁରକ୍ଷିତ ଭାବେ ରଖିବା ପାଇଁ ବିଭିନ୍ନ ବ୍ୟାଙ୍କ ସହ ଡାକ ବିଭାଗ ରହିଛି। ଆଦିବାସୀ ବହୁଳ ଅଞ୍ଚଳରେ ସଚେତନତା ଅଭାବରୁ ଲୋକଙ୍କ ଟଙ୍କା ଏପରି ନଷ୍ଟ ହୋଇଯାଉଥିବା ଆଲୋଚନା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories