www.samajalive.in
Wednesday, November 12, 2025
19.1 C
Bhubaneswar

ସ୍ବର୍ଣ୍ଣ ମନ୍ଦିରରେ ଶୌଚାଳୟ ସଫା କରିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ଶିଖ୍‌ ଧର୍ମଗ୍ରନ୍ଥ ପ୍ରତି ଅପମାନ ପ୍ରଦର୍ଶନ କରିଥିବା ଅଭିଯୋଗରେ ଶିଖ୍‌ ମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ଅକାଲ ତକ୍‌ଥ ପକ୍ଷରୁ ଅକାଳୀ ଦଳ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ତଦନୁଯାୟୀ ସୁଖବୀରଙ୍କୁ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଥିବା ଶୌଚାଳୟ ସଫା କରିବାକୁ ପଡିବ। ଏହାପରେ ସ୍ନାନ କରି ଲଙ୍ଗରରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିବେ ବୋଲି ନିର୍ଦେଶ ଦିଆଯାଇଛି। ୨୦୧୫ରେ ଡେରା ସଚ୍ଚା ସୌଦା ସଂଗଠନର ମୁଖ୍ୟ ଗୁରମିତ ରାମ ରହିମ ଗୁରୁ ଗ୍ରନ୍ଥ ସାହିବକୁ ଅପମାନିତ କରିଥିବାବେଳେ ସୁଖବୀର ତାଙ୍କୁ ସମର୍ଥନ କରିଥିବା ଅଭିଯୋଗ ହୋଇଛି। ଏଥିସହିତ ଅକାଳୀ ଦଳ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ସୁଖବୀରଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ଅକାଳୀ ଦଳ ପଞ୍ଜାବରେ କ୍ଷମତାରେ ଥିବାବେଳେ ସୁଖବୀର ନିଜ ପଦର ଦୁରୂପଯୋଗ କରି ରାମ ରହିମଙ୍କୁ ରାଜକ୍ଷମା ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ସୁଖବୀର ଏଥିପାଇଁ କ୍ଷମାପ୍ରାର୍ଥନା କରିସାରିଥିବାବେଳେ ଗତ ଅଗଷ୍ଟରେ ଅକାଲ ତକ୍‌ଥ ପକ୍ଷରୁ ତାଙ୍କୁ ତନ୍‌ଖାୟା ଘୋଷଣା କରାଯାଇଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories