ମାଁ ବୁଢ଼ୀ ସମଲେଇ ମନ୍ଦିର ପାଇଁ ରତ୍ନମୁଦକ କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁର ସହରର ଉପକଣ୍ଠସ୍ଥ ଚାଉଁରପୁର ଗ୍ରାମର ତଳିପଡ଼ା ଠାରେ ମାଁ ବୁଢ଼ୀ ସମଲେଇ ମନ୍ଦିର ପାଇଁ ରତ୍ନମୁଦକ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଅନୁଷ୍ଠାନରେ ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥିଲା। କଳସୀ ଯାତ୍ରା ହେବା ସହିତ ପାରମ୍ପରିକ ରିତିନିତି ଅନୁଯାୟୀ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଗ୍ରାମର ମହିଳା କୀର୍ତ୍ତନ ଦଳ ସହିତ ବିଭିନ୍ନ ସାଂସ୍କୃତିକ ଦଳ ମାନେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦୀର୍ଘ ବର୍ଷ ହେବ ମାଁ ବୁଢ଼ୀ ସମେଲଇଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଜି ଏହା ରତ୍ନମୁଦକ ସହିତ ଆରମ୍ଭ ହୋଇଥିବାର ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।

kalyan agarbati

Comments are closed.