ବିରାଜ ଷ୍ଟିଲ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗୁରୁପାଲି ବାସିନ୍ଦା

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଗୁରୁପାଲି ଅଞ୍ଚଳର ବାସିନ୍ଦା ମାନେ ବିରାଜ ଷ୍ଟିଲ ବିରୋଧରେ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଗୁରୁପାଲି ଗ୍ରାମର ଏସଟିଏସି ବିକାଶ କମିଟି ପକ୍ଷରୁ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, କମ୍ପାନୀ ପାଇଁ ଅଞ୍ଚଳବାସୀ ପ୍ରଦୂଷଣର ଶିକାର ହେଉଛନ୍ତି। କମ୍ପାନୀ ପକ୍ଷରୁ ବେଆଇନ ଭାବରେ ପାର୍କିଂ, ବିଭିନ୍ନ ସ୍ଥାନରେ ପାଚେରୀ ଦେଇ ସମ୍ପ୍ରସାରଣ କରାଯିବା, ଆମ୍ବୁଲାନ୍ସ ସେବା ନ ଯୋଗାଇବ, ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ନ କରିବା, ପାରିପାଶ୍ୱିକ ପାଣ୍ଠିର ଉପଯୋଗ ନ କରିବା ଏବଂ ସ୍ଥାନୀୟ ନିଯୁକ୍ତି ନ ଦେବାର ଅଭିଯୋଗ ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି। ଅଞ୍ଚଳବାସୀଙ୍କ ତରଫରୁ ଦିଆଯାଇଥିବା ଦାବିପତ୍ରର ଉପଯୁକ୍ତ ସମାଧାନ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ନ ହେଲେ ଆଗାମୀ ୧୩ ତାରିଖରୁ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରଦତ୍ତ ଦାବିପତ୍ରରେ କମିଟିର ସଭାପତି ଓଜେଶ ରଞ୍ଜନ ବେହେରା, ସମ୍ପାଦକ ସାହିଲ ରଞ୍ଜନ ବେହେରା, ଡୋଳାମଣି କିଷାନ, ଡି. କିଷାନ, ଏସ. ରାଓ ଏବଂ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

kalyan agarbati

Comments are closed.