ହିନ୍ଦୀ ଶିଖିବାକୁ ଚାହୁଁଥିବାରୁ ତାଙ୍କୁ ଉପହାସ କରାଯାଇଥିଲା – ନିର୍ମଳା ସୀତାରମଣ

ଡେସ୍କ: ଲୋକସଭାରେ ବ୍ୟାଙ୍କିଙ୍ଗ୍ ଆଇନ (ସଂଶୋଧନ) ବିଲ୍, ୨୦୨୪ ଉପରେ ଜୋରଦାର ଆଲୋଚନା ବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ ହିନ୍ଦୀ ଶିଖିବାକୁ ଚାହୁଁଥିବାରୁ ତାମିଲନାଡୁର ରାଜରାସ୍ତାରେ ତାଙ୍କୁ ଉପହାସ କରାଯାଇଥିଲା। ବିରୋଧୀ ମାନେ ହିନ୍ଦୀ ଲାଗୁକୁ ବିରୋଧ କରୁଛନ୍ତି। ତାମିଲନାଡୁର ରାଜରାସ୍ତାରେ ହିନ୍ଦୀ ଶିଖିବାକୁ ଚାହୁଁଥିବାରୁ ମୋତେ ଉପହାସ କରାଯାଇଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

prayash

ସେ କହିଛନ୍ତି, ମୋତେ ଜଣେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯିଏ ତାମିଲକୁ ଜାତିସଂଘକୁ ନେଇଛନ୍ତି…ସେ ହେଉଛନ୍ତି ନରେନ୍ଦ୍ର ମୋଦି। ମୋତେ ଜଣେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯିଏ ବାରମ୍ବାର ତାମିଲ କଥା କୁହନ୍ତି… କାରଣ ସେ ସେହି ଭାଷାକୁ ସମ୍ମାନ ଦିଅନ୍ତି। ନିର୍ମଳା ସୀତାରମଣ କହିଛନ୍ତି, “ମୋତେ ଏମିତି ଜଣେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯାହାଙ୍କ ସହ ଡିଏମକେ ମେଣ୍ଟ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ ତାମିଲ ଭାଷାରେ ଉଲ୍ଲେଖ କରିଛନ୍ତି।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟକୁ ନିଜର ଭାଷା ରଖିବାକୁ ପ୍ରୋତ୍ସାହିତ କରିଥିଲେ।

kalyan agarbati

Comments are closed.