ଟ୍ରକ ଧକ୍କାରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା

ବଲାଙ୍ଗୀର: ଜୁଏଲାରୀ ଦୋକାନକୁ ଟ୍ରକ୍ ମାଡିଯାଇ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ଘଟଣା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ସୂଚନା ମୂତାବକ ସୋମବାର ବିଳମ୍ବିତ ରାତିରେ ପାଟଣା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବାବେଳେ ସୁନା ଦୋକାନ ଉପରକୁ ମାଡି ଯାଇଥିଲା। ଫଳରେ ସେହି ଦୋକାନରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡ ସିଦ୍ଧାର୍ଥ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ରାସ୍ତାରୋକ କରିବା ସହ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି।

 

 

kalyan agarbati

Comments are closed.