www.samajalive.in
Sunday, December 7, 2025
26.1 C
Bhubaneswar

କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ଅଭିଯୋଗ ଫର୍ଦରେ ସଞ୍ଜୟ ଏକମାତ୍ର ଅପରାଧୀ

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସିବିଆଇ ପକ୍ଷରୁ ସିଆଲଦାସ୍ଥିତ ଅଦାଲତରେ ଅଭିଯୋଗଫର୍ଦ ଦାଖଲ କରାଯାଇଛି। ଅଭିଯୋଗ ଫର୍ଦରେ ସଞ୍ଜୟ ରାୟକୁ ମୁଖ୍ୟ ଏବଂ ଏକମାତ୍ର ଅପରାଧୀ ଭାବେ ବିବେଚନା କରାଯାଇଛି। ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର କକ୍ଷରେ ମହିଳା ଡାକ୍ତରଙ୍କୁ ସଞ୍ଜୟ ପ୍ରଥମେ ବଳାତ୍କାର ଓ ପରବର୍ତ୍ତୀ ସମୟରେ ହତ୍ୟା କରିଛି ବୋଲି ଅଭିଯୋଗ ଫର୍ଦରେ ଉଲ୍ଲେଖ କରାଯାଇଛି। ତେବେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର କରାଯାଇଛି ବୋଲି ଯେଉଁ ଅଭିଯୋଗ ଉଠୁଛି, ସେ ସମ୍ପର୍କରେ ଅଭିଯୋଗ ଫର୍ଦରେ କିଛି ଉଲ୍ଲେଖ କରାଯାଇନାହିଁ। ଅବଶ୍ୟ ମହିଳା ଡାକ୍ତର ଗଣବଳାତ୍କାରର ଶିକାର ହୋଇଛନ୍ତି କି ନାହିଁ ଏବଂ ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତିି କି ନାହିଁ, ତାହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଅାଗାମୀ ଦିନରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ସିିବିଆଇ ଆଶାବ୍ୟକ୍ତ କରିଛି। ସିବିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ୨୦୦ ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ ଅଗଷ୍ଟ ୯ରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କଲକାତା ହାଇକୋର୍ଟଙ୍କ ନିର୍ଦେଶ ପରେ ଏହାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା। ସିବିଆଇ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟ, ଆର.ଜି.କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିସାରିଛି। ଅପରପକ୍ଷରେ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଦୀର୍ଘଦିନ ଧରି ବିକ୍ଷୋଭ ଚଳାଇଥିଲେ। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ନିମନ୍ତେ କନିଷ୍ଠ ଡାକ୍ତରଙ୍କୁ ଆମନ୍ତ୍ରଣ କରିଥିଲେ। ଡାକ୍ତରଙ୍କ କେତେକ ଦାବିକୁ ରାଜ୍ୟ ସରକାର ମାନି ନେବାପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ତେବେ ଅନ୍ୟ ଦାବିଗୁଡିକ ପୂରଣ ହୋଇନଥିବାରୁ କନିଷ୍ଠ ଡାକ୍ତରଙ୍କ ତରଫରୁ ଶନିବାରଠାରୁ କଲକାତାର ଧରମତାଲାରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ଅପରପକ୍ଷରେ କଲକାତା ଡାକ୍ତରଙ୍କ ଅନଶନକୁ ସମର୍ଥନ ଜଣାଇବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସଂଘ ସୂଚନା ଦେଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories